ବୈଜୟନ୍ତ ହଟାଅ ଅଭିଯାନ ଜୋର ଧରିଲା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡିରୁ ବହିଷ୍କାର ଦାବି ସହ ତାଙ୍କୁ ଗିରଫ କରିବାକୁ ଦାବି ଜୋର ଧରିଛି। ଆଜି ନଗର ସଭାପତି ଶ୍ରୀକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ବିଜେଡି କର୍ମୀମାନେ ଶୋଭାଯାତ୍ରାରେ ଯାଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟିବା ସହିତ ଦାବିପତ୍ର ପ୍ରଦାନ କରିଛନ୍ତି। ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଏସ୍‌ଡିଜେଏମ୍‌ଙ୍କ କୋର୍ଟ ନିର୍ଦ୍ଦେଶକ୍ରମେ ଧର୍ତବ୍ୟ ଅପରାଧ, ଜାମିନ୍‌ ବିହୀନ ପରଓ୍ଵାନା ଦଫାରେ ଟାଉନ୍‌ ଥାନାରେ ମାମଲା ରୁଜୁ ହୋଇଛି। ବୈଜୟନ୍ତ ମିଥ୍ୟା ତଥ୍ୟ ପ୍ରଦାନ କରିଥିବାରୁ ତାଙ୍କୁ ତୁରନ୍ତ ବହିଷ୍କାର କରାଯିବା ସହ ଗିରଫ କରାଯାଉ ବୋଲି ବିଜେଡି ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର