ଭୁବନେଶ୍ୱର: ତମାଣ୍ଡୋ ଅଞ୍ଚଳରୁ ୨ବନ୍ଧୁକ ବେପାରୀ ଗିରଫ

ଭୁବନେଶ୍ୱର: ତମାଣ୍ଡୋ ଅଞ୍ଚଳରୁ ଶୁକ୍ରବାର ଅପରାହ୍ନରେ ପୁଲିସର  କୁଇକ୍‌ ଆକସ୍‌ନ୍‌ ଟିମ୍‌  ଓ ତମାଣ୍ଡୋ  ଥାନା  ଚଢ଼ାଉ କରି ଦୁଇଜଣ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି। ଏମାନଙ୍କଠାରୁ ତମାଣ୍ଡୋ ପୁଲିସ ଗୋଟିଏ ବନ୍ଧୁକ, ୫ଟି ଜୀବନ୍ତ ଗୁଳି ଓ ଦୁଇଟି ବାଇକ୍‌ ଜବତ କରିଛି। ଗିରଫ ଦୁଇ ବନ୍ଧୁକ ବେପାରୀଙ୍କ ମଧ୍ୟରୁ ଜଣେ କନ୍ଧମାଳ ଜିଲ୍ଲା ଗ୍ରିନ୍‌ବାଡି ଗ୍ରାମର ସ୍ୱର୍ଗତଃ ମକରଧ୍ୱଜ ସିଂହଙ୍କ ପୁତ୍ର ରାଜୁ ସିଂହ ଓ ଅନ୍ୟ ଜଣେ ସେହି କନ୍ଧମାଳ ଜିଲ୍ଲାର ଜି ଉଦୟଗିିରିର ସିମ୍‌ସଲ୍‌ ନାଏକଙ୍କ ପୁଅ ବାଦଲ ନାଏକ୍‌ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର