ବ୍ରହ୍ମପୁରରେ ବାରହା ଆତଙ୍କ, ବନବିଭାଗର କର୍ମଚାରୀ ଆହତ, ଅନୁଗୁଳରେ ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ବ୍ରହ୍ମପୁର/ଅନୁଗୁଳ: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରର ହରିଡ଼ାଖଣ୍ଡି ଅଞ୍ଚଳରେ ଏକ ବାରହା ଆତଙ୍କ ଖେଳାଇଥିବାର ଖବର ମିଳିଛି। ଆଜି ସକାଳେ ସ୍ଥାନୀୟ ଲୋକେ ବାରହାକୁ ଦେଖି ଭୟଭୀତ ହୋଇ ବନବିଭାଗକୁ ଖବର ଦେଇଥିଲେ। ବନବିଭାଗର କର୍ମଚାରୀମାନେ ବାରହାକୁ ଘଉଡ଼ାଇବାକୁ ଉଦ୍ୟମ କରୁଥିବା ବେଳେ ଜଣେ କର୍ମଚାରୀ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି। ଏହି ଘଟଣା ଏବେ ସେଠାରେ ଚର୍ଚ୍ଚାର ବିଷୟ ହୋଇଛି।

ଏପଟେ ଅନୁଗୁଳ ଜିଲ୍ଲାର ବନ୍ତଳା ବନାଞ୍ଚଳ କରଡ଼ାସିଙ୍ଗ ଗ୍ରାମରେ ଆଜି ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ନନ୍ଦପୁର ପଞ୍ଚାୟତ କରଡ଼ାସିଙ୍ଗ ଗ୍ରାମର ନରି ଦେହୁରୀଙ୍କ ପୁଅ ଜିତୁ ଦେହୁରୀ(୨୨) ଆଜି ସକାଳେ ଗାଁ ନିକଟରେ ଥିବା ମହୁଲ ଗଛରୁ ମହୁଲ ଗୋଟାଇବାକୁ ଯାଇଥିଲେ।

ସେହି ସମୟରେ ଏକ ଭାଲୁ ହଠାତ୍ ଜିତୁଙ୍କୁ ଆକ୍ରମଣ କରିଥିଲା। ଫଳରେ ତାଙ୍କର ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ସ୍ଥାନୀୟ ଲୋକମାନେ ସେଠାରୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଛନ୍ତି।

ସମ୍ବନ୍ଧିତ ଖବର