ବେବିନା ମାମଲାରେ ଆମେ ତତ୍ପର: ନବୀନ

ଭୁବନେଶ୍ବର : ବେବିନା ମାମାଲାରେ ଆମେ ତତ୍ପର। ରାଜ୍ୟ ସରକାର ଏଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ବେବିନା ସଂପର୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଯୋଗ ଉପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନାଯୋଗ୍ୟ, ଆଜି ବାରିପଦା ସଭାରେ ମୋଦୀ କହିଥି‌େଲ ଯେ ବେବିନାଙ୍କୁ ନ୍ୟାୟ ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ମୋଦୀଙ୍କ ମନ୍ତବ୍ୟକୁ ସମ‌ାଲୋଚନା କରି କେତେକ ବିଜେଡି ନେତା କହିଛନ୍ତି ଯେ ଉତ୍ତର ପ୍ରଦେଶ ଏବଂ ଅନ୍ୟ ବିଜେପି ଶାସିତ ରାଜ୍ୟରେ ନାରୀ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ଚୁପ କାହିଁକି। ଅନ୍ୟ ଜ‌େଣ ନେତା କହିଲେ ଯେ ବେବିନା ମାମଲାରେ କୋର୍ଟ ରାୟ ପ୍ରକାଶ ପାଇଛି। ଅଦାଲତ ପ୍ରତି ଆସ୍ଥା ରହୁ।

ସମ୍ବନ୍ଧିତ ଖବର