ବ୍ରହ୍ମପୁର ଆଇଟିଆଇ ଛାତ୍ରଛାତ୍ରୀଙ୍କ କୃତିତ୍ବ : ଏସିଆ ବୁକ୍‌ ଅଫ୍‌ ରେକର୍ଡ଼ରେ ୭୦ ଫୁଟ୍‌ ସ୍କ୍ରାପ୍‌ ନିର୍ମିତ ଗିଟାର୍‌

ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ବ୍ରହ୍ମପୁର : ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁ‌ଷ୍ଠାନ (ଆଇଟିଆଇ)ର ଛାତ୍ରଛାତ୍ରୀଙ୍କ ଦ୍ବାରା ନିର୍ମିତ ବିଶ୍ବର ସର୍ବବୃହତ୍‌ ସ୍କ୍ରାପ୍‌କୁ ମିଳିଛି ଏସିଆ ବୁକ୍‌ ଅଫ୍ ରେକର୍ଡ଼ର ମାନ୍ୟତା। ସେମାନେ ବିଭିନ୍ନ ବର୍ଜ୍ୟବସ୍ତୁକୁ ନେଇ ୭୦ଫୁଟ୍‌ ଉଚ୍ଚର ଗିଟାର୍‌ ପ୍ରସ୍ତୁତ କରିଛନ୍ତି।

ଇଲେକ୍ଟ୍ରିକାଲ୍‌, ୱେଲ୍ଡର୍‌, ପେଣ୍ଟର୍‌, ଫିଟର୍‌, ପ୍ଲମ୍ବର ଟ୍ରେଡ୍‌ ୧୫୦ଜଣ ଛାତ୍ରଛାତ୍ରୀଙ୍କ ଦ୍ବାରା ୩ମାସ ୨୨ ଦିନର ଅଧ୍ୟବସାୟ ଦ୍ବାରା ଏହି ସ୍କ୍ରାପ୍‌ ପ୍ରସ୍ତୁତ ହୋଇଛି। ଏଥିରେ ଅଧ୍ୟକ୍ଷ ଡ.ରଜତ କୁମାର ପାଣିଗ୍ରାହୀଙ୍କ ମାର୍ଗଦର୍ଶନ ସହ ବିଭାଗୀୟ ଶିକ୍ଷକମାନଙ୍କ ସହଯୋଗ ରହିଛି। ଏହି ବୃହତ୍ କଳାକୃତି ଏସିଆ ବୁକ୍‌ ଅଫ୍ ରେକର୍ଡ଼ର ଗ୍ରାଣ୍ଡ ମାଷ୍ଟର ବର୍ଗରେ ସ୍ଥାନିତ ହୋଇଛି। ଏହି ବୃହତ୍ ସ୍କ୍ରାପ୍‌ ନିର୍ମାଣ କରିବାରେ ନିୟୋଜିତ ଥିବା ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟର୍‌ ମାଧ୍ୟମରେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର