ରାଜ୍ୟବାସୀଙ୍କୁ ନିରଞ୍ଜନଙ୍କ ଶାରଦୀୟ ଅଭିନନ୍ଦନ

ଭୁବନେଶ୍ବର: ପବିତ୍ର ଦଶହରା ଓ ନବରାତ୍ର ପର୍ବ ଉପଲକ୍ଷେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଓଡ଼ିଶାର ଜନସାଧାରଣଙ୍କୁ ଶାରଦୀୟ ଅଭିନନ୍ଦନ ଜଣାଇଛନ୍ତି। ‘ଅଧର୍ମ ଉପରେ ଧର୍ମର ଜୟ’ର ପ୍ରତୀକ ଭାବେ ପାଳନ କରାଯାଉଥିବା ଏହି ପର୍ବ ରାଜ୍ୟରୁ ହିଂସା, ଦୁର୍ନୀତି, ଦାରିଦ୍ର୍ୟ ଦୂର କରି ରାଜ୍ୟବାସୀଙ୍କ ପାଇଁ ସୁଖ, ସମୃଦ୍ଧି ଆଣିଦେଉ ବୋଲି ସେ ମନାସିଛନ୍ତି। ଜଗଦ୍‌ଜନନୀ ମା’ ଦୁର୍ଗା ସମସ୍ତଙ୍କୁ ସାହା ହେବାକୁ ମଧ୍ୟ ସେ ପ୍ରାର୍ଥନା କରିଛନ୍ତି। ଏହି ଅବସରରେ ଭାତୃତ୍ବଭାବ ନେଇ ପାର୍ବଣ ପାଳନ କରିବା, ପାର୍ବଣ ସମୟରେ ଶୃଙ୍ଖଳା ବଜାୟ ରଖିବା ଓ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର