ଭଦ୍ରକ: ନକଲି ଜର୍ଦ୍ଦା ତିଆରି କାରଖାନା ଠାବ; ୪ ଗିରଫ

ଭଦ୍ରକ: ଶନିବାର ବିଳମ୍ବିତ ରାତିରେ ପୁଲିସ ଚଢ଼ଉ କରି ପୁରୁଣା ବଜାର ଥାନା ଅନ୍ତର୍ଗତ ଶଙ୍କରପୁର ଓ ସରକାରୀ ନଗର ଠାରେ ନକଲି ଜର୍ଦ୍ଦା ତିଆରି କାରଖାନା ଠାବ କରିବା ସହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି।

ଭେଜାଲ ଜର୍ଦ୍ଦା ପ୍ରସ୍ତୁତ ହେଉଥିବା କାରଖାନାରୁ ପୁଲିସ ବହୁ ପରିମାଣର ୩ଟି ମେସିନ୍‌, ରଙ୍ଗ, ରାସାୟନିକ ପଦାର୍ଥ, ଦୋକ୍ତାଗୁଣ୍ଡ, ଜର୍ଦ୍ଦାଗୁଣ୍ଡ, ଗୋପାଳ ଜର୍ଦ୍ଦା ଡବା ଆଦି ଜବତ କରିଥିବା କଥା ଆଜି ପୂର୍ବାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଆଇଆଇସି ପ୍ରଜ୍ଞା ମହାନ୍ତି ପ୍ରକାଶ କରିଛନ୍ତି।

ଏଥିରେ ସମ୍ପୃକ୍ତ ୪ ଜଣ ଗିରଫ ଅଭିଯୁକ୍ତ ବ୍ୟକ୍ତି ହେଉଛନ୍ତି: ବଡ଼ ଶଙ୍କରପୁର ନିବାସୀ ୫୦ ବର୍ଷୀୟ ଶେକ୍‌ ଅଲ୍ଲୀ, ୩୨ ବର୍ଷିୟ ଶେକ୍‌ କରିମୁଲ୍ଲା, ଶଙ୍କରପୁରବାସୀ ୩୮ ବର୍ଷିୟ ଶେକ୍‌ ଉମେଦ୍‌ ଓ ବୁଧବାର ହାଟର ୪୦ ବର୍ଷିୟ ଶେକ୍‌ ଗୁଲାମ ମୁସ୍ତାଫା। ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ।

କୌଣସି ସୂତ୍ରରୁ ସୂଚନା ପାଇ ଅଗଷ୍ଟ ୬ ତାରିଖରେ ବସ୍‌ରେ ଯିବାକୁ ଥିବା ୩ ବସ୍ତା ଜର୍ଦ୍ଦା ପୁଲିସ ଜବତ କରିଥିଲା। ଭୁବନେଶ୍ୱରସ୍ଥିତ ଲାବରୋଟରିକୁ ପଠାଇ ପରୀକ୍ଷା କରିବା ପରେ ତାହା ନକଲି ବୋଲି ଜଣାପଡ଼ିଥିଲା। ସେ ଦିନ ଠାରୁ ପୁଲିସ ନ କଲି ଜର୍ଦ୍ଦା ତିଆରି କାରଖାନା ଠାବ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା।

ସମ୍ବନ୍ଧିତ ଖବର