ଭଦ୍ରକ: ଧର୍ମଶରଣବିନ୍ଧା ଗାଁ’ରେ ଅଗ୍ନିକାଣ୍ଡ; ୩ ଗୋରୁ ମୃତ; ୧୦ ବଖରା ଘରପୋଡ଼ି

ଭଦ୍ରକ: ବୁଧବାର ପ୍ରତ୍ୟୁଷରେ ସାହାଡ଼ା ପଞ୍ଚାୟତ ଅନ୍ତର୍ଗତ ଧର୍ମଶରଣବିନ୍ଧା ଗାଁ’ରେ ଅଗ୍ନିକାଣ୍ଡ ଘଟି ୩ଟି ଗୋରୁ ଜୀବନ୍ତ ପୋଡ଼ି ମରିବା ସହ ୧୦ ବଖରା ଘର ପୋଡ଼ି ଛାରଖାର ହୋଇ ଯାଇଛି।

ପାହାନ୍ତା ପ୍ରାୟ ୪:୩୦ରେ ପ୍ରଥମେ ବୈକୁଣ୍ଠ ସାହୁଙ୍କ ଗୁହାଳରେ ନିଆଁ ଲାଗିଥିଲା। ଫଳରେ ସେଥିରେ ଥିବା ଗାଈଗୋରୁଙ୍କ ମଧ୍ୟରୁ ୩ଟି ପୋଡ଼ିଯାଇ ଘଟନାସ୍ଥଳରେ ହିଁ ମରିଯାଇଥିଲେ।

ସେଠାରୁ ନିଆଁ ଡେଇଁ ପଡ଼ୋଶୀ ପୁରୁଷୋତ୍ତମ ସେଠୀଙ୍କ ଘରେ ଲାଗିଯିବାରୁ ତାଙ୍କର ୭ ବଖରା ଘର ସମେତ ବହୁ ଜିନିଷପତ୍ର ପୋଡ଼ି ନଷ୍ଟ ହୋଇଯାଇଛି।

ନଷ୍ଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

ଏ ପର୍ଯ୍ୟନ୍ତ କାରଣ ଜଣା ନ ଥିବା ଏହି ଅଗ୍ନିକାଣ୍ଡ ଯୋଗୁଁ ସମୁଦାୟ ୧୦ ବଖରା ଘର ପୋଡ଼ି ଯାଇଛି। ଗ୍ରାମବାସୀ ଓ ଭଦ୍ରକରୁ ଯାଇଥିବା ଦମକଳ ନିଅାଁ ଲିଭାଇ ଥିଲେ।

ପୀଡ଼ିତମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର