ଭଦ୍ରକ: ଟ୍ରକ୍‌ ଚାପାରେ ୫ ବିଦ୍ୟାର୍ଥୀଙ୍କ ମୃତ୍ୟୁ ଘଟଣା, ମୁଖ୍ୟ ସଚିବଙ୍କୁ ରିପୋର୍ଟ ତଲବ

ଭୁବନେଶ୍ୱର : ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧୀନ ରାଣୀତାଲ ରାହାଞ୍ଜ ନିକଟରେ ଗତ ମାସ ୨୨ ତାରିଖରେ ଟ୍ରକ୍‌ ଚାପାରେ ୫ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୬ଜଣ ଗୁରୁତର ଆହତ ହୋଇଥିଲେ। ଏବେ ଏହି ଘଟଣାରେ ଜାତୀୟ ମାନବାଧିକାର କମିସନ୍‌ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ କରିଛନ୍ତି। ଏକ ମାସ ମଧ୍ୟରେ ଘଟଣାର ପୁଙ୍ଖାନୁପୁଙ୍ଖ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଏନେଇ ଇମ୍ରାନ ଅଲ୍ଲୀ ନାମକ ଜଣେ ମାନବାଧିକାର କର୍ମୀ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ପିଟିସନ୍‌ ଦାଖଲ କରିଥିଲେ। ତାଙ୍କ ଅଭିଯୋଗ ଥିଲା, ଜାତୀୟ ରାଜପଥ କଡ଼ରେ ସ୍କୁଲ ଥିଲେ ମଧ୍ୟ ନା ସେଠାରେ ନା ହମ୍ପସ ଥିଲା, ନା ବ୍ୟାରିକେଡ୍‌, ନା କୌଣସି ସୂଚନା। ତେଣୁ ଟ୍ରକ୍‌ ଚାଳକଜଣକ ଆଗରେ ସ୍କୁଲ ଥିବା ସୂଚନା ନ ପାଇ ଦୁର୍ଘଟଣା ଘଟାଇଥିଲା।

ସମ୍ବନ୍ଧିତ ଖବର