ଭସାଣିବେଳେ ଆଇଆଇସିଙ୍କୁ ମାଡ଼ ଘଟଣା : ଭଦ୍ରକ ଜିଲ୍ଲାରେ ବାଜିବନି ଡିଜେ

ଭଦ୍ରକ : ଏଣିକି ଭଦ୍ରକ ଜିଲ୍ଲାରେ ଆଉ ବାଜିବନି ଡିଜେ। ବହୁ ବିଳମ୍ବରେ ହେଲେ ମଧ୍ୟ ଭଦ୍ରକ ଏସ୍‌ପି ବି. ଗଙ୍ଗାଧର ନେଇଛନ୍ତି ଏମିତି ଏକ ଦୃଢ଼ ପଦକ୍ଷେପ। ଦୁଇ ଦିନ ତଳେ ବାସୁଦେବପୁର ଲୁଙ୍ଗା ଗାଁରେ ରଜ ଠାକୁର ଭସାଣିବେଳେ ବାସୁଦେବପୁର ଥାନା ଆଇଆଇସିଙ୍କୁ ଶୋଭାଯାତ୍ରାକାରୀଙ୍କ ମାଡ଼ ଘଟଣା ପରେ ଆଜି ଏସ୍‌ପି ଅତ୍ୟଧିକ ଶବ୍ଦ ପ୍ରଦୂଣଷ ସାଙ୍ଗକୁ ଲୋକଙ୍କୁ ଉନ୍ମତ୍ତ କରୁଥିବା ଡିଜେ ବ୍ୟବହାର ଉପରେ ନିଷେଧାଜ୍ଞା ଜାରି କରିଛନ୍ତି।

ସମ୍ବନ୍ଧିତ ଖବର