ଭଦ୍ରକ ‘କାଳୀପୂଜା’ ଆରମ୍ଭ, ପୂଜା ମଣ୍ଡପରେ ନାହିଁ ଉତ୍ସାହ

ମେଳା, ମୀନାବଜାର, ଯାତ୍ରା ସ୍ଥାନ ଲାଗୁଛି ନିଛାଟିଆ

ଭଦ୍ରକ: ଓଡ଼ିଶା ପ୍ରସିଦ୍ଧ ଭଦ୍ରକର ‘କାଳୀପୂଜା’ ଗୁରୁବାର ଠାରୁ ନିରାଡ଼ାମ୍ବର ଭାବରେ ଆରମ୍ଭ ହୋଇ ଯାଇଛି। କିନ୍ତୁ ପୂଜା ମଣ୍ଡପଗୁଡ଼ିକରେ ଉତ୍ସାହ ନ ଥିବା ଜଣାପଡ଼ିଛି। ମେଳଣ ପଡ଼ିଆ, ମୀନାବଜାର ସ୍ଥଳ ଓ ଯାତ୍ରା ପାଇଁ ଉପଲବ୍ଧ ପଡ଼ିଆଗୁଡ଼ିକ ନିଛାଟିଆ ଲାଗୁଛି। ପ୍ରଶାସନର ଆଦେଶ ଅନୁସାରେ ଭଦ୍ରକରେ ପ୍ରଥମ ଥର ପାଇଁ ଏଭଳି ନିରାଡମ୍ବର କାଳୀପୂଜା ପାଳନ କରାଯାଉଛି।

ସାତ ଦିବସୀୟ ଏହି ପୂଜାକୁ ନେଇ ଲୋକଙ୍କ ମନରେ ଉତ୍ସାହ ନାହିଁ। ପୂର୍ବ ବର୍ଷମାନଙ୍କରେ ଭଦ୍ରକ କାଳୀପୂଜା ଆଡ଼ମ୍ବରପୂର୍ଣ୍ଣ ଭାବରେ ପାଳିତ ହୋଇ ଆସୁଥିଲା। କିନ୍ତୁ ଗତ ଏପ୍ରିଲରେ ସୋସିଆଲ ମିଡ଼ିଆରେ ଧାର୍ମିକ ଫଟୋ ନେଇ ବିବାଦୀୟ ମନ୍ତବ୍ୟ ଆସିଥିଲା। ଏହାପରେ ସାଂପ୍ରଦାୟିକ ଦଙ୍ଗା ଆରମ୍ଭ ହୋଇଥିଲା। ସେହି ଦିନଠାରୁ ଭଦ୍ରକ ଉପରେ ପୁଲିସର ନଜର ରହି ଆସୁଥିବା ବେଳେ, ଏଥର କାଳୀପୂଜାର ମାହୋଲ ଫିକା ଲାଗୁଛି।

ରାସ୍ତା ଅତିକ୍ରମ କରି ଲିଡ ଓ ଏଲଇଡି ଲାଇଟ ଡେକୋରେସନକୁ ମଞ୍ଜୁରି ଦିଆଯାଇ ନଥିବା ବେଳେ, ପୂଜାମଣ୍ଡପ ଗୁଡ଼ିକରେ ସାଉଣ୍ଡ ବାଜି ପାରିବ ନାହିଁ ବୋଲି ପ୍ରଶାସନ କହିଛି। ସେହିଭଳି ଦର୍ଶକଙ୍କ ପାଇଁ ମୀନାବଜାର କିମ୍ବା ଯାତ୍ରାର ବ୍ୟବସ୍ଥା କରାଯାଇ ନାହିଁ। ଭଦ୍ରକ କାଳୀପୂଜା ପାଇଁ ବ୍ୟବସାୟୀମାନେ ଗୋଟିଏ ମାସ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥାନ୍ତି। ଏଥର ସେମାନଙ୍କୁ ଘରେ ହାତ ବାନ୍ଧି ବସିବାକୁ ପଡ଼ିଛି।

ଗତ ଏପ୍ରିଲରେ ସୋସିଆଲ ମିଡ଼ିଆରେ ଧାର୍ମିକ ଫଟୋ ନେଇ ବିବାଦୀୟ ମନ୍ତବ୍ୟ ଆସିଥିଲା। ଏହାପରେ ସାଂପ୍ରଦାୟିକ ଦଙ୍ଗା ଆରମ୍ଭ ହୋଇଥିଲା। ସେହି ଦିନଠାରୁ ଭଦ୍ରକ ଉପରେ ପୁଲିସର ନଜର ରହି ଆସୁଥିବା ବେଳେ, ଏଥର କାଳୀପୂଜାର ମାହୋଲ ଫିକା ଲାଗୁଛି।

ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ପୁଲିସ ପ୍ରଶାସନ ଦ୍ୱାରା ଶାନ୍ତି ଶୃଙ୍ଖଳା ପାଇଁ ସହରରେ ୨୧ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି। ସେହିପରି ସହରର ମୁଖ୍ୟସ୍ଥାନମାନଙ୍କରେ ପୁଲିସ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଥିବା ବେଳେ, କୌଣସି ଅପ୍ରିତିକର ଘଟଣା ଯେମିତି ନ ଘଟେ, ସେଥିପାଇଁ ଜିଲ୍ଲାପାଳ ଜ୍ଞାନ ଦାସ ଓ ଏସ୍‌ପି ଅନୁପ ସାହୁ ନଜର ରଖିଛନ୍ତି।

ସମ୍ବନ୍ଧିତ ଖବର