ଭାଗଚାଷୀ ଆଇନ ଏବେ ହେବାର ନାହିଁ

ମଧ୍ୟସ୍ଥିଙ୍କୁ ରୋକିବା ପାଇଁ ଜମିଜମା ରେଜିଷ୍ଟ୍ରେସନ୍ କ୍ଷେତ୍ରରେ ବ୍ୟାପକ ସ˚ସ୍କାର

0 342

ଭୁବନେଶ୍ୱର : ଭାଗଚାଷୀମାନଙ୍କ ପାଇଁ ଆଇନ ଏବେ ହେବାର ନାହିଁ। କେବେ ହେବ, ତାହା ବି ଏବେ ଠାରୁ କହିହେବ ନାହିଁ।

ଆଜି ସଚିବାଳୟରେ ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି। କହିଛନ୍ତି, ଏ ଯାଏ ଏ ସଂକ୍ରାନ୍ତ ଚିଠା ଆଇନ ଚୂଡାନ୍ତ ହୋଇପାରିନାହିଁ। ଏକଥା ନୁେହଁ ଯେ ରାଜ୍ୟ ସରକାର ଚାହୁଁନାହାନ୍ତି। ବରଂ ଉଭୟ ଜମି ମାଲିକ ଓ ଚାଷୀଙ୍କ ସ୍ୱାର୍ଥ କିଭଳି ବ୍ୟାହତ ହେବ ନାହିଁ, ତାହା ଉପରେ ଅଧିକ ଦୃଷ୍ଟି ଦିଆଯାଉଛି। ତେଣୁ ବିଳମ୍ବ ହେବ।

ମନ୍ତ୍ରୀ ଆହୁରି କହିଛନ୍ତି, ଏ ସଂପର୍କରେ ଠୋସ୍ ନିଷ୍ପତ୍ତିନେବା ପୂର୍ବରୁ ସମୁଦାୟ ପ୍ରସଙ୍ଗ ଉପରେ ଗଭୀର ଅନୁଧ୍ୟାନର ଆବଶ୍ୟକତା ରହିଛି। ଏଣୁ ସବ୍ କମିଟି ରିପୋର୍ଟ ଚୂଡାନ୍ତ କରିପାରିନାହିଁ।

ଉେଲ୍ଲଖଯୋଗ୍ୟ, ରାଜ୍ୟରେ ଭାଗଚାଷୀଙ୍କ ସ˚ଖ୍ୟା ବାସ୍ତବରେ କେତେ? ସେମାନେ କେତେ ପରିମାଣରେ ଜମି ଚାଷ କରୁଛନ୍ତି? ସେ ସ˚କ୍ରାନ୍ତରେ ରାଜସ୍ବ ବିଭାଗ ନିକଟରେ ଆଜି ଦିନ ଯାଏ କୌଣସି ରେକର୍ଡ ନାହିଁ। ଭାଗ ଚାଷୀଙ୍କ ପାଇଁ ସ୍ବତନ୍ତ୍ର ଆଇନ କଲେ ଏହାର ପରିଣାମ କ’ଣ ହେବ, ସେ ନେଇ ବି ଆକଳନ ହୋଇପାରିନାହିଁ।

ଏହା ସତ୍ତ୍ବେ ଅନ୍ଧାଦୁନିଆ ଭାବେ ଭାଗଚାଷୀଙ୍କ ପାଇଁ ପ୍ରକ୍ରିୟା ଆରମ୍ଭ େହାଇଥିଲା। ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ମଧ୍ୟ ତତ୍ପରତା େଦଖାଇଥିଲା। କୌତୂହଳର କଥା ହେଉଛି, ଏ େନଇ ଏକାଧିକ ଥର ବୈଠକ େହାଇଥିେଲ େହଁ, ଏହି କମିଟିେର ଉପସ୍ଥିତି ଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ହିଁ ସହମତି ହୋଇପାରିନଥିଲା।

Panda Mobile only

ରାଜସ୍ବ ମନ୍ତ୍ରୀ ଥିବା ବେଳେ ବିଜୟଶ୍ରୀ ରାଉତରାୟ କହିଥିଲେ, ଏହି ଆଇନ୍‌ କାର୍ଯ୍ୟକାରୀ କରିବା ପୂର୍ବରୁ ରାଜ୍ୟ ସରକାର ତହସିଲଦାରମାନଙ୍କ ଜରିଆରେ ଉଭୟ ଜମି ମାଲିକ ଓ ଭାଗଚାଷୀଙ୍କ ମତ ନେବେ। ୩ ସପ୍ତାହ ମଧ୍ୟରେ ଏହି ମତ ସ˚ଗ୍ରହ କରି ସେମାନେ ତାଙ୍କ ରିପୋର୍ଟ ଦେବେ। ସରକାରଙ୍କ ପକ୍ଷରୁ ଏଥିଲାଗି ଏକ ଫର୍ମାଟ୍‌ ପ୍ରସ୍ତୁତ କରାଯିବ ଓ ୩୦ଟି ଜିଲ୍ଲାର ସମସ୍ତ ତହସିଲଦାର ଅତି କମ୍‌ରେ ୫୦ ଜଣ (ଜମି ମାଲିକ ଓ ଭାଗଚାଷୀ)ଙ୍କ ମତ ଜଣାଇବେ। ଏସବୁ ହେଲା ନା ନାହିଁ, ସେ େନଇ ରାଜସ୍ବ ବିଭାଗ ଆଜି ଦିନରେ ଅସମ୍ଭବ ନିରବତା ଅବଲମ୍ବନ କରୁଛି।

ଅନ୍ୟପଟରେ ମନ୍ତ୍ରୀସ୍ତରୀୟ କମିଟି ଯେଉଁ କାଗଜ ଉପରେ ତର୍ଜମା ଚଳାଇଥିେଲ, ସେଥିରେ ଜମି ମାଲିକ, ଭାଗଚାଷୀଙ୍କ ମଧ୍ୟରେ ରାଜିନାମା କଥା କୁହାଯାଇଥିଲା। ତାହାକୁ ରାଜସ୍ବ ନିରୀକ୍ଷକ, ସରପଞ୍ଚ ବା ତହସିଲଦାରଙ୍କ ଉପସ୍ଥିତିରେ କରାଯିବ। ଏହାର ନକଲ ଜମି ମାଲିକ ଓ ଭାଗଚାଷୀଙ୍କ ଠାରୁ ଆରମ୍ଭ କରି ତହସିଲଦାରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ରହିବ। ଏହି ଚୁକ୍ତିନାମା ଆଧାରରେ ଭାଗଚାଷୀ ସମବାୟ ବା ଅନ୍ୟ ବ୍ୟାବସାୟିକ ବ୍ୟାଙ୍କରୁ ଋଣ ନେଇପାରିବେ। ଇନ୍‌ପୁଟ୍‌ ସବ୍‌ସିଡି, ବୀମା ବି। ହେଲେ କୌଣସି ପରିସ୍ଥିତିରେ ଭାଗଚାଷୀ ଏହି ଜମି ଉପରେ ମାଲିକାନା ଜାହିର କରିପାରିବେ ନାହିଁ।
କମିଟି ଏକଥା ବି ଚିନ୍ତା କରୁଥିଲା େଯ ଯେଉଁ ଉଦ୍ଦେଶ୍ୟରେ ଭାଗଚାଷୀ ଜମିନେଇଥିବେ, ସେହି ଉଦ୍ଦେଶ୍ୟରେ ହିଁ କେବଳ ଏହି ଜମି ବ୍ୟବହାର କରିବେ। ଜମି ମାଲିକଙ୍କ ବିନା ଅନୁମତିରେ ଜମି ଉପରେ କୌଣସି ସ୍ଥାୟୀ ବା ଅସ୍ଥାୟୀ ନିର୍ମାଣ କରିପାରିବେ ନାହିଁ। ନା ଜମିକୁ ସବ୍‌ ଲିଜ୍‌ ଦିଆଯାଇପାରିବ ନା ବନ୍ଧକ ରଖାଯାଇପାରିବ। ଭାଗଚାଷୀ ଜମିରେ କୌଣସି କ୍ଷତି ବି ପହଞ୍ଚାଇପାରିବେ ନାହିଁ। ଚାଷର ସମସ୍ତ ଖର୍ଚ ଭାଗଚାଷୀ କରିବେ। ତେବେ ଉତ୍ପାଦନର କେତେ ପ୍ରତିଶତ ଜମି ମାଲିକଙ୍କୁ ଦେବେ ସେ ନେଇ କମିଟି ଦ୍ବନ୍ଦ୍ବରେ ପଡିଥିେଲ। ତେବେ ଭାଗଚାଷୀକୁ ପ୍ରାପ୍ୟ ତୁରନ୍ତ ପ୍ରଦାନ ନକଲେ କିମ୍ବା କୌଣସି ଗୋଟିଏ ସର୍ତ୍ତ ଉଲ୍ଲ˚ଘନ କଲେ, ଭାଗଚାଷୀଙ୍କ ସହିତ ହୋଇଥିବା ଚୁକ୍ତିନାମା ଆପେ ବାତିଲ୍‌ ହୋଇଯିବ େବାଲି େଯାଜନା େହାଇଥିଲା।

କମିଟି ଗୁରୁତ୍ବାେରାପ କରୁଥିଲା େଯ ପ୍ରତିବର୍ଷ ଜମିର ରାଜସ୍ବ ଜମି ମାଲିକ ହିଁ ପୈଠ କରିବେ। ଯଦି ଚୁକ୍ତିନାମା ସ୍ବାକ୍ଷର କରିଥିବା ମାଲିକଙ୍କ ବିୟୋଗ ଘଟେ, ତେବେ ଚୁକ୍ତିନାମା ବାତିଲ୍‌ ହୋଇପାରିବ ନାହିଁ। ନିର୍ଦିଷ୍ଟ ଅବଧି ଯାଏ ଭାଗଚାଷୀ ଚାଷ କରିବେ।

ତେବେ ଲିଜ୍‌ ଅବଧି ପୂରଣ ପରେ ଭାଗଚାଷୀ ଯଦି ଋଣ ନ ସୁଝନ୍ତି, ତେବେ ଏହି ଋଣ କାହା ଠାରୁ ଆଦାୟ କରାଯିବ? ଜମିର କ୍ଷତି କଲେ, ଏ ସ˚କ୍ରାନ୍ତରେ ଭାଗଚାଷୀଠାରୁ କ୍ଷତିପୂରଣ ଆଦାୟ ହେବ ନା ନାହିଁ? ବିବାଦ ସୃଷ୍ଟି ହେଲେ, ସର୍ବାଧିକ କେତେ ଦିନ ଭିତରେ ଏହି ମାମଲା ଫଏସଲା ହେବ? ଏସବୁ ପ୍ରଶ୍ନର ଦ୍ବନ୍ଦ୍ବ ମନ୍ତ୍ରୀସ୍ତରୀୟ କମିଟିକୁ ଅକଳରେ ପକାଇ େଦଇଛି। କାରଣ ସରକାରଙ୍କର ଏଭଳି େଯାଜନା ସଂପର୍କରେ ଖବର ପ୍ରଚାରିତ େହବା ପରେ ଜମି ମାଲିକ ଜବରଦସ୍ତ ପ୍ରତିକ୍ରିୟା କରିଥିେଲ। ଏପରିକି ଜମି ପଡିଆ ପଡିଯିବ ପଛେ ଭାଗରେ ଦିଆଯିବ ନାହିଁ ବୋଲି ଜମି ମାଲିକମାେନ ରୋକଠୋକ୍ ପ୍ରତିକ୍ରିୟା ଦେବା ପରେ ସରକାର ଅକଳରେ ପଡିଯାଇଛନ୍ତି।

ମଧ୍ୟସ୍ଥିଙ୍କୁ ରୋକିବା ପାଇଁ ଜମିଜମା ରେଜିଷ୍ଟ୍ରେସନ୍ କ୍ଷେତ୍ରରେ ବ୍ୟାପକ ସ˚ସ୍କାର

ଭୁବନେଶ୍ୱର : ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ପରିଚୟ ପତ୍ର ପ୍ରଦାନ କରାଯିବ। ରେଜିଷ୍ଟ୍ରେସନ କାର୍ଯ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ସେହି କାର୍ଯ୍ୟାଳୟରେ ଆଉ ପୁନଃନିୟୋଜିତ କରାଯାଇପାରିବ ନାହିଁ। ସମସ୍ତ ରେଜିଷ୍ଟ୍ରସନ୍ କାର୍ଯ୍ୟାଳୟ ଏ ସଂକ୍ରାନ୍ତରେ ସାର୍ଟିଫିକେଟ୍‌ ଦାଖଲ କରିବାକୁ ବାଧ୍ୟ।

ରାଜ୍ୟରେ ଜମିଜମା ରେଜିଷ୍ଟ୍ରେସନ୍‌ରେ ମଧ୍ୟସ୍ଥିମାନଙ୍କର ଭୂମିକାକୁ ବନ୍ଦ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ବର ମହାନ୍ତି ଆଜି କହିଛନ୍ତି ଯେ ଜମିଜମା ରେଜି‌ ରେଜିଷ୍ଟ୍ରେସନ କ୍ଷେତ୍ରରେ ସଂସ୍କାର ଲାଗି କମିଟି ଗଠନ କରାଯାଇଥିଲ। ଏହି କମିଟି ସୁପାରିସକୁ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି।

ଆଜି ବିଭାଗ ପକ୍ଷରୁ କୁହାଯାଇଛି, ଇନ୍ସପେକ୍ଟର ଜେନେରାଲ, ରେଜିଷ୍ଟ୍ରେସନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସୁପାରିସ ଅନୁଯାୟୀ ସମସ୍ତ ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟରେ ଏଣିକି ହେଲ୍ପ ଡେସ୍କ ସ୍ଥାପନକୁ ବାଧ୍ୟତାମୂଳକ କରାଯିବ। ଏହି ସହାୟତା କେନ୍ଦ୍ର ମାଧ୍ୟମରେ ରେଜିଷ୍ଟ୍ରେସନ ନିମନ୍ତେ ଆସୁଥିବା ଲୋକମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ। ଏହାଦ୍ୱାରା ସେମାନେ ଅଯଥାରେ ହଇରାଣ ହେବେ ନାହିଁ। ଏଥି ସହିତ ଅନଲାଇନରେ ଡକ୍ୟୁମେଣ୍ଟ ଦାଖଲ କରିବା ସହ ପଞ୍ଜୀକରଣ ନିମନ୍ତେ ସବ୍‌ରେଜିଷ୍ଟ୍ରାରଙ୍କ ସହିତ ସାକ୍ଷାତ ନିମନ୍ତେ ସମୟ ନିର୍ଦ୍ଧାରଣ କରିପାରିବେ। ଜମିଜମା ସ˚କ୍ରାନ୍ତ କାଗଜପତ୍ର ପୋଷ୍ଟାଲ ମାଧ୍ୟମରେ ପଠାଇବାର ବନ୍ଦୋବସ୍ତ କରାଯିବ।

ବିଭାଗ କହିଛି, ସମସ୍ତ ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟରେ ବାଇଓମେଟ୍ରିକ୍‌ ଉପସ୍ଥାପନ ପ୍ରଚଳନ କରାଯାଇଛି। ଏହାକୁ ଆଧାର ସହ ସ˚ଯୋଗ କରାଯିବ ବୋଲି ସୁପାରିସ କରାଯାଇଛି। ୩ ବର୍ଷ ଗୋଟିଏ ରେଜିଷ୍ଟ୍ରେସନ କାର୍ଯ୍ୟାଳୟରେ କାର୍ଯ୍ୟ କରିଥିବା କର୍ମଚାରୀମାନଙ୍କୁ ଜିଲ୍ଲା ମଧ୍ୟରେ ବଦଳି କରାଯିବ।ଏଥି ସହିତ ସିସିଟିଭି ଫୁଟେଜ୍‌କୁ ନିୟମିତ ଭାବରେ ପ୍ରତି ୧୫ ଦିନରେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ରେଜିଷ୍ଟ୍ରାରଙ୍କ ଦ୍ବାରା ଅନୁଧ୍ୟାନ କରାଯିବ। ରେଜିଷ୍ଟ୍ରେସନ୍ ନିମନ୍ତେ କାର୍ଯ୍ୟାଳୟ ଆସୁଥିବା ଲୋକମାନେ କୌଣସି ମଧ୍ୟସ୍ଥିଙ୍କ ନିକଟକୁ ନ ଯିବା ପାଇଁ ସଚେତନତା କରାଯିବ େବାଲି ମଧ୍ୟ ବିଭାଗ ସୂଚନା େଦଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.