ଚର୍ଚ୍ଚା: ଭିତର ଭଣ୍ଡାର ତାଲା ଖୋଲିଲାନି, ଭାଙ୍ଗିବାକୁ ସାହସ ହେଲାନି!

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ନେଇ ବହୁ ଆଗ୍ରହ-ଉତ୍କଣ୍ଠା ଜନମାନସରେ ରହିଥିଲା। କିନ୍ତୁ ଯାଞ୍ଚ ପରେ ଯେତେବେଳେ ଜଣାପଡ଼ିଲା କି ବାହାର ଭଣ୍ଡାର ଘରୁ ଜାଲି ବାଟେ ଭିତର ଭଣ୍ଡାରର ଯାଞ୍ଚ୍‌ ହେଲା, ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେଏକ ୧୫ ଜଣିଆ ଯାଞ୍ଚ ଦଳ ସମସ୍ତ ପ୍ରକାର ପୂର୍ବ ପ୍ରସ୍ତୁତି ସତ୍ତ୍ୱେ ଭିତର ଭଣ୍ଡାର କାହିଁକି ଖୋଲି ପାରିଲେ ନାହିଁ ତାହା ଏବେ ଚର୍ଚ୍ଚାର ପରିସରକୁ ଆସିଛି।

ଯଦିଓ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ମଣମାଧ୍ୟମକୁ କହିଛନ୍ତି ଯେ ବାହାର ଭଣ୍ଡାର ଘରୁ ଭିତର ଭଣ୍ଡାର ସ୍ପଷ୍ଟ ଭାବେ ଦେଖାଯାଉ ଥିବାରୁ ସର୍ଚ ଲାଇଟ୍‌ ଜରିଆରେ ତାହାର ଯାଞ୍ଚ କରାଯାଇଥିଲା, କିନ୍ତୁ କେତେକ ମହଲରେ ଆଲୋଚନା ହେଉଛି କି ଭିତର ଭଣ୍ଡାରର ତାଲା ନ ଖୋଲିବାରୁ ଏପରି କରିବାକୁ ବାଧ୍ୟ ହୋଇଛନ୍ତି ଯାଞ୍ଚକାରୀ। ସୂତ୍ର ଅନୁସାରେ, ଭିତର ଭଣ୍ଡାର ତାଲା ଖୋଲିଲା ନାହିଁ। ଯଦିଓ ତାଲା ଭାଙ୍ଗିବାର ବ୍ୟବସ୍ଥା ଥିଲା। କିନ୍ତୁ ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ତାଲା ଭାଙ୍ଗିବାକୁ ସାହସ କଲେ ନାହିଁ ଯାଞ୍ଚକାରୀ ଦଳ। ଅନ୍ୟ ପକ୍ଷରେ ଏକଥା ମଧ୍ୟ ଆଲୋଚନା ହେଉଛି କି ଏଥିଲାଗି ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ୱତନ୍ତ୍ର ଅନୁମତି ଆବଶ୍ୟକ।

ଅନ୍ୟପକ୍ଷରେ ସୂଚନା ମିଳିଛି କି ରତ୍ନଭଣ୍ଡାର ଯାଞ୍ଚ ନେଇ ଏକ ସ୍ୱତନ୍ତ୍ର ବୈଠକ ଗଜପତି ମହାରାଜ ଦିବ୍ୟ ସିଂହ ଦେବଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ସର୍କିଟ ହାଉସରେ ଅନୁଷ୍ଠିତ ହେଉଛି। ପ୍ରଶ୍ନ ଉଠୁଛି କି ଏତେ ସବୁ ପ୍ରସ୍ତୁତି ପରେ କେଉଁ ପରିସ୍ଥିତିରେ ଭିତର ଭଣ୍ଡାର ଚାବିରେ ତାଲା ଖୋଲିଲା ନାହିଁ।

ସମ୍ବନ୍ଧିତ ଖବର