ଗ୍ରିଡ୍‌ ସବ୍‌ଷ୍ଟେସନ୍‌କୁ ବିରୋଧରୁ ରେଡ୍‌ ଷ୍ଟାର୍‌ ନେତା

ଭୁବନେଶ୍ୱର, : କୋଲକତା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର କରିଥିବା ଅଲିକ୍‌ ଚକ୍ରବର୍ତୀ ପଶ୍ଚିମବଙ୍ଗ ସରକାର ପାଇଁ ମୋଷ୍ଟ ୱାଣ୍ଟେଟ୍‌ ପାଲଟିଯାଇଥିଲେ। କୋଲ୍‌କାତାରୁ ପ୍ରାୟ ୩୦ କିମି ଦୂର ଦକ୍ଷିଣ ପ୍ରଗଣା ଜିଲା ଅନ୍ତର୍ଗତ ଭାଙ୍ଗର ବ୍ଲକ୍‌ର ପ୍ରାୟ ୧୨ଟି ଗ୍ରାମ ଆଜି ତାଙ୍କ ନେତୃତ୍ୱରେ ନିଜକୁ ସ୍ୱତନ୍ତ୍ର ଘୋଷଣା କରିଛନ୍ତି। ୨୦୧୩ ମସିହାରେ ପଶ୍ଚିମବଙ୍ଗ ସରକାର ପାୱାର ଗ୍ରିଡ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆର ୪୦୦୦ କେଭି ପାୱାର୍‌ ଗ୍ରିଡ୍‌ ସବ୍‌ଷ୍ଟେସନ ସ୍ଥାପନ ନିମନ୍ତେ ଏହି ଅଞ୍ଚଳର ୪ଟି ଗାଁର ୧୪ ଏକର ଜମିକୁ ଅଧିଗ୍ରହଣ କରିଥିଲେ। ତାହାହିଁ ଥିଲା ପଶ୍ଚିମବଙ୍ଗ ସରକାର ବିରୋଧରେ ଆନ୍ଦୋଳନର ଭିତ୍ତିଭୂମି। ଏହାର ନେତୃତ୍ୱ ନେଇଥିଲେ ସିପିଆଇଏମ୍‌ ରେଡ୍‌ ଷ୍ଟାର ନେତା ଅଲିକ୍‌ ଚକ୍ରବର୍ତୀ। ପଶ୍ଚିମବଙ୍ଗ ସରକାର ଏହି ପ୍ରକଳ୍ପ ହେଲେ ସମଗ୍ର ରାଜ୍ୟରେ ବିଦ୍ୟୁତ ଅଭାବ ଦୂର ହେବା ଦାବି କରିଛି। କିନ୍ତୁ ଅଲିକ୍‌ ଏହି ପ୍ରକଳ୍ପ ପରିବେଶ ତଥା ମାନବ ଜୀବନ ଉପରେ ବହୁ ଖରାପ ପ୍ରଭାବ ପକାଇବ ବୋଲି କୁହନ୍ତି। ଏହି ପ୍ରକଳ୍ପର ବିଦ୍ୟୁତ ଚୁମ୍ବକୀୟ ଶକ୍ତି ପାଣିରେ ଥିବା ମାଛକୁ ମାରିଦେବା ସହିତ ସ୍ଥାନୀୟ ଅଞ୍ଚଳର ମହିଳାମାନଙ୍କର ପ୍ରଜନନ କ୍ଷମତା ମଧ୍ୟ ନଷ୍ଟ କରିଦେବ ବୋଲି ଆନ୍ଦୋଳନକାରୀମାନେ ଦାବି କରନ୍ତି।

କ୍ରୋନିକ୍‌ ରୋଗରେ ପୀଡ଼ିତ

କ୍ରୋନିକ୍‌ ରୋଗରେ ପୀଡ଼ିତ ଥିବା ଅଲିକ୍‌ ପୂର୍ବରୁ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ କରିଥିଲେ। ଭାଙ୍ଗର ଅଂଚଳର ନିରୀହ ଅଶିକ୍ଷିତ ଗ୍ରାମବାସୀଙ୍କୁ ରାଜ୍ୟ ସରକାର ପ୍ରତାରଣା କରୁଥିବା ଅଭିଯୋଗ କରି ଅଲିକ୍‌ ତାଙ୍କ ଆନ୍ଦୋଳନ ଜାରି ରଖିଥିଲେ। ଗ୍ରାମବାସୀମାନେ ମଧ୍ୟ ତାଙ୍କୁ ଯଥେଷ୍ଟ ସୁରକ୍ଷା ବଳୟ ମଧ୍ୟରେ ରଖିଥିଲେ।

ସମ୍ବନ୍ଧିତ ଖବର