ଭଞ୍ଜନଗର ଆହାର କେନ୍ଦ୍ରରେ ରୋଷେଇ ବେଳେ ନିଆଁ ଲାଗି ବହୁ ସରଞ୍ଜାମ ନଷ୍ଟ

ଭଞ୍ଜନଗର: ବୁଧବାର ସକାଳେ ଭଞ୍ଜନଗରସ୍ଥିତ ‘ଆହାର’ କେନ୍ଦ୍ରରେ ନିଆଁ ଲାଗିଯିବାରୁ ବହୁ ରୋଷେଇବାସ ସରଞ୍ଜାମ ପୋଡ଼ି ନଷ୍ଟ ହୋଇ ଯାଇଛି।

ସକାଳ ପ୍ରାୟ ୫: ୪୫ ସମୟରେ କେନ୍ଦ୍ରରେ ରୋଷେଇ କରାଯାଉଥିବା ବେଳେ ଏଲ୍‌ପିଜି ଗ୍ୟାସ୍‌ ଲିକ୍‌ ହୋଇ ନିଆଁ ଲାଗିଯାଇଥିଲା। ରୋଷେଇ କରୁଥିବା ଲୋକେ ବାହାରକୁ ବାହାରି ଆସି ଦମକଳକୁ ଖବର ଦେଇଥିଲେ। ତତ୍‌କ୍ଷଣାତ୍‌ ଭଞ୍ଜନଗର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଅଳ୍ପ ସମୟ ମଧ୍ୟରେ ନିଆଁ ଲିଭାଇ ଦେଇଥିଲେ।

ଏହି କେନ୍ଦ୍ରରୁ ପ୍ରତିଦିନ ସକାଳେ ୧୪୦୦ ଲୋକଙ୍କ ପାଇଁ ରନ୍ଧାବଢ଼ା ହୁଏ। ଏଠାରୁ ରନ୍ଧା ଖାଦ୍ୟ ବେଲଗୁଣ୍ଠା, ସୋରଡ଼ା ଓ ବୁଗୁଡ଼ା ଆଦି କେନ୍ଦ୍ରକୁ ପଠାଯାଏ।

ରୋଷେଇ ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି।

ସମ୍ବନ୍ଧିତ ଖବର