ଭଞ୍ଜନଗର: ଏନ୍‌କାଉଣ୍ଟର୍‌ରେ ଆହତ ଶ୍ରୀକାନ୍ତଙ୍କର ମୃତ୍ୟୁ

1 392

ଭଞ୍ଜନଗର: ଗତ ରାତିରେ ପୁଲିସ ସହ ଗୁଳି ବିନିମୟ ଯୋଗୁଁ ବାଘୁଆ ଜଙ୍ଗଲରେ ଆହତ ହୋଇଥିବା ଦୁଇ ଯୁବକଙ୍କ ମଧ୍ୟରୁ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ବ୍ରହ୍ମପୁରସ୍ଥିତ ଏମ୍‌କେସିଜିରେ ଚିକିତ୍ସାଧୀନ ଥିବା ଭଞ୍ଜନଗର ମୁଦୁଲିପଲ୍ଲୀ ଗାଁ’ର ଶ୍ରୀକାନ୍ତ ରଣା, ଆନୁମାନିକ ବୟସ ୨୯ଙ୍କର ମୃତ୍ୟୁ ଘଟିଥିବା କଥା ଭଞ୍ଜନଗର ଏସ୍‌ଡିପିଓ ଉତ୍କଳ କେଶରୀ ଦାସ ଘୋଷଣା କରିଛନ୍ତି।

ଏନ୍‌କାଉଣ୍ଟର୍‌ରେ ଆହତ ହୋଇଥିବା ଅନ୍ୟ ଜଣେ ଯୁବକ ଗୌରୀଶଙ୍କର ସ୍ୱାଇଁ ସାଙ୍ଘାତିକ ଅବସ୍ଥାରେ ଏମ୍‌କେସିଜିରେ ଚିକିତ୍ସିତ ହେଉଛି।
ଶ୍ରୀକାନ୍ତ ଓ ଗୌରୀଶଙ୍କ ନିଜର ଅନ୍ୟ ଦୁଇ ସହଯୋଗୀଙ୍କ ସହ ମିଶି ବାଘୁଆ ପ୍ରକଳ୍ପ ଜଙ୍ଗଲରେ ଏକ ଡକାୟତି ଯୋଜନା କରି ବାହାରୁ ଥିବା ସମୟରେ ପୁଲିସ ହାବୁଡ଼ରେ ପଡ଼ିଥିଲେ। ପୁଲିସ ଉପରକୁ ଗୁଳି ଚଳାଇ ଖସିଯିବା ଉଦ୍ୟମ କରୁଥିବା ବେଳେ ପୁଲିସ ପାଲଟା ଗୁଳି ଚାଳନା କରିଥିଲା। ଫଳରେ ଉଭୟ ଆହତ ହୋଇଥିଲେ।

ସେମାନଙ୍କର ଅନ୍ୟ ଦୁଇ ସହଯୋଗୀ ଘଟଣାସ୍ଥଳରେ ମୋଟର୍‌ସାଇକେଲ୍‌ ଛାଡ଼ି ବଣ ଭିତରକୁ ଖସି ଫେରାର ହୋଇ ଯିବାରେ ସମର୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 Comment
  1. ସୁରେନ୍ଦ୍ର ବିରୁଆ says

    ଯାହା ହେଉ ବହୁତ ଦିନ ପରେ ଭଲ ଖବର ମିଳିଛି। ଏମିତି ସମସ୍ତ ଅପରାଧୀଙ୍କ ସାଙ୍ଗରେ ହେବା ଦରକାର। ତାହା ହେଲେ ଯାଇ ଜନସାଧାରଣ ଶାନ୍ତିରେ ଏବଂ ନିର୍ଭୟରେ ରହିପାରିବେ। ପୁଲିସ ପ୍ରଶାସନ ଯଦି ଏମିତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି, ତା’ ହେଲେ କୌଣସି ବ୍ୟକ୍ତି ଅପରାଧ କରିବାକୁ ସାହାସ କରିବେ ନାହିଁ। ଏନ୍କାଉଣ୍ଟର କରି ଥିବା ପୁଲିସ ପ୍ରଶାସନ କୁ ଧନ୍ୟବାଦ।