ଭଞ୍ଜନଗର: ଏନ୍‌କାଉଣ୍ଟର୍‌ରେ ଆହତ ଶ୍ରୀକାନ୍ତଙ୍କର ମୃତ୍ୟୁ

ଭଞ୍ଜନଗର: ଗତ ରାତିରେ ପୁଲିସ ସହ ଗୁଳି ବିନିମୟ ଯୋଗୁଁ ବାଘୁଆ ଜଙ୍ଗଲରେ ଆହତ ହୋଇଥିବା ଦୁଇ ଯୁବକଙ୍କ ମଧ୍ୟରୁ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ବ୍ରହ୍ମପୁରସ୍ଥିତ ଏମ୍‌କେସିଜିରେ ଚିକିତ୍ସାଧୀନ ଥିବା ଭଞ୍ଜନଗର ମୁଦୁଲିପଲ୍ଲୀ ଗାଁ’ର ଶ୍ରୀକାନ୍ତ ରଣା, ଆନୁମାନିକ ବୟସ ୨୯ଙ୍କର ମୃତ୍ୟୁ ଘଟିଥିବା କଥା ଭଞ୍ଜନଗର ଏସ୍‌ଡିପିଓ ଉତ୍କଳ କେଶରୀ ଦାସ ଘୋଷଣା କରିଛନ୍ତି।

ଏନ୍‌କାଉଣ୍ଟର୍‌ରେ ଆହତ ହୋଇଥିବା ଅନ୍ୟ ଜଣେ ଯୁବକ ଗୌରୀଶଙ୍କର ସ୍ୱାଇଁ ସାଙ୍ଘାତିକ ଅବସ୍ଥାରେ ଏମ୍‌କେସିଜିରେ ଚିକିତ୍ସିତ ହେଉଛି।
ଶ୍ରୀକାନ୍ତ ଓ ଗୌରୀଶଙ୍କ ନିଜର ଅନ୍ୟ ଦୁଇ ସହଯୋଗୀଙ୍କ ସହ ମିଶି ବାଘୁଆ ପ୍ରକଳ୍ପ ଜଙ୍ଗଲରେ ଏକ ଡକାୟତି ଯୋଜନା କରି ବାହାରୁ ଥିବା ସମୟରେ ପୁଲିସ ହାବୁଡ଼ରେ ପଡ଼ିଥିଲେ। ପୁଲିସ ଉପରକୁ ଗୁଳି ଚଳାଇ ଖସିଯିବା ଉଦ୍ୟମ କରୁଥିବା ବେଳେ ପୁଲିସ ପାଲଟା ଗୁଳି ଚାଳନା କରିଥିଲା। ଫଳରେ ଉଭୟ ଆହତ ହୋଇଥିଲେ।

ସେମାନଙ୍କର ଅନ୍ୟ ଦୁଇ ସହଯୋଗୀ ଘଟଣାସ୍ଥଳରେ ମୋଟର୍‌ସାଇକେଲ୍‌ ଛାଡ଼ି ବଣ ଭିତରକୁ ଖସି ଫେରାର ହୋଇ ଯିବାରେ ସମର୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର