ଦୁର୍ଦ୍ଦାନ୍ତ ଭାରତ ମଣ୍ତଳ ଗିରଫ

କଟକ : ପୁରୀଘାଟ ଥାନା ପୁଲିସ ରେକର୍ଡରେ ଫେରାର ଆସାମୀ ଥିବା ତେଲେଙ୍ଗା ବଜାରର ଦୁର୍ଦ୍ଦାନ୍ତ ଭାରତ ମଣ୍ତଳ ଶେଷରେ ଗିରଫ ହୋଇଛି। ଗତକାଲି ରାତିରେ ସନ୍‌ସାଇନ୍‌ ପଡ଼ିଆ ନିକଟରୁ ତାକୁ ପୁରୀଘାଟ ପୁଲିସ ଗିରଫ କରିଛି। ଭାରତର ବାପା ଏବେ ଚୌଦ୍ବାର ଜେଲ୍‌ରେ ଥିବା ବେଳେ ଅନ୍ୟ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଭାଇ ଏବେ ବି ଫେରାର ଅଛନ୍ତି। ପୁଲିସ ଭାରତ ନିକଟରୁ ଦେଶୀ ବନ୍ଧୁକ, ଦୁଇ ରାଉଣ୍ତ ଗୁଳି, ନଗଦ ୫ ହଜାର ୫୦୦ ଟଙ୍କା, ଦୁଇଟି ମୋବାଇଲ୍‌ ଫୋନ୍‌, ନମ୍ବର ବିହୀନ ଟିଭିଏସ୍‌ ବାଇକ୍‌ ଜବତ କରିଛି।

ସମ୍ବନ୍ଧିତ ଖବର