ପରୀକ୍ଷା ପାଇଁ ଗଲା ଭରତ ମଣ୍ଡଳଙ୍କ ଭିସେରା

କଟକ : ବଡ଼ ମେଡିକାଲ୍‌ରେ ଅଭିଯୁକ୍ତ ଭରତ ମଣ୍ତଳଙ୍କ ମୃତ୍ୟୁ ଘଟଣାରେ ଆଜି ମଙ୍ଗଳାବାଗ ଥାନା ପୁଲିସ ତାଙ୍କ ଭିସେରା ରସୁଲଗଡ଼ସ୍ଥିତ ଫରେନ୍‌ସିକ ସାଇନ୍ସ ଲାବ୍ରୋଟାରୀକୁ ପଠାଇଛି। ଭିସେରା ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ବୋଲି ସୂଚନା ମିଳିଛି। ପୁରୀଘାଟ ଥାନା ପୁଲିସ ଗତ ୨୭ ତାରିଖ ରାତି ପ୍ରାୟ ୧୨ଟା ୩୦ ବେଳେ ଭରତକୁ ଗିରଫ କରି ୨୮ ତାରିଖରେ କୋର୍ଟ ଚାଲାଣ କରାଯାଇଥିଲା। ଗତ ୬ ତାରିଖରେ ବଡ଼ ମେଡିକାଲ୍‌ରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ପୁଲିସ ତାଙ୍କୁ ପିଟି ପିଟି ମାରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ମଙ୍ଗଳାବାଗ ଥାନା ପୁଲିସ ଭରତଙ୍କ ଶବ ବ୍ୟବଚ୍ଛେଦ ପରେ ଏକ ଅମମୃତ୍ୟୁ ମାମଲା(କେସ୍‌ ନ˚ ୬୮୦) ରୁଜ କରିଥିଲା।

ସମ୍ବନ୍ଧିତ ଖବର