ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ମାଓବାଦୀ ଏବଂ ଏସଓଜି ଯବାନମାନଙ୍କ ମଧ୍ୟରେ ଭିଷଣ ଗୁଳିଗୁଳା ବିନିମୟ ଜାରି ଥିବା ଜଣାଯାଇଛି।

Advertisment

ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ଭୋର ସମୟରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦର ବ୍ଲକ୍ ଅନ୍ତର୍ଗତ ଯୁଗସାଇପାଟଣା ଅଞ୍ଚଳରେ ମାଓବାଦୀ ଏବଂ ଏସଓଜି ଯବାନମାନଙ୍କ ମଧ୍ୟରେ ଭିଷଣ ଗୁଳିଗୁଳା ବିନିମୟ ଆରମ୍ଭ ହୋଇଥିଲା| ଏହି ସମୟରେ ବିପୁଳ ମାତ୍ରାରେ କ୍ୟାମ୍ପ ସାମଗ୍ରୀ ଜବତ କରାଯାଇଛି , ସର୍ଚ୍ଚ ଅପରେସନ୍ ତୀବ୍ର ହୋଇଛି ଏବଂ ମାଓବାଦୀମାନଙ୍କୁ ଖୋଜା ଚାଲିଛି ବୋଲି କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକ ବି . ଗଙ୍ଗାଧର ସୂଚନା ଦେଇଛନ୍ତି| ଏଥିନେଇ ପୁଲିସ୍ ପକ୍ଷରୁ ଅଧିକ ବିବରଣୀ ଖୁବ୍ ଶୀଘ୍ର ପ୍ରଦାନ କରାଯିବ ବୋଲି ଜଣାଯାଇଛି।