ଜାନୁଆରି ୨ରୁ ଭିତରକନିକା ବନ୍ଦ

ରାଜନଗର: ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତା ଜାନୁଆରି ୨ତାରିଖରୁ ୧୦ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ସମୟରେ ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀନାଳରେ ବାସ କରୁଥିବା ବଉଳା କୁମ୍ଭୀରଙ୍କ ଗଣନା କରାଯିବ। ଏହାଛଡ଼ା ସୁଦୂର ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ, ବେଲ୍‌ଜିୟମ୍‌, ଫ୍ରାନ୍ସ ଆଦି ଦେଶରୁ ଭିତରକନିକାକୁ ଉଡ଼ି ଆସିଥିବା ପକ୍ଷୀମାନଙ୍କର ଗଣନା କରାଯିବ ବୋଲି ବନବିଭାଗ ସୂତ୍ରରୁ ପ୍ରକାଶ। ଫଳରେ ୯ଦିନ ଧରି ଦେଶବିଦେଶର ପର୍ଯ୍ୟଟକମାନଙ୍କୁ ଭିତରକନିକା ପରିଭ୍ରମଣ ନିଷେଧ କରାଯାଇଛି।

ସମ୍ବନ୍ଧିତ ଖବର