ଜାନୁଆରି ୩ରୁ ଭିତରକନିକା ବନ୍ଦ

ରାଜନଗର : ଜାନୁଆରି ୩ରୁ ୧୦ତାରିଖ ଯାଏଁ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଏହି ସମୟ ମଧ୍ୟରେ ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରବାହିତ ନଦୀ ନାଳ ସମେତ ଏହାର ସଂଲଗ୍ନ ନଦୀନାଳଗୁଡିକରେ ବିରଳ ବଉଳା କୁମ୍ଭୀରମାନଙ୍କ ଗଣନା କରାଯିବ।

ଗଣନା ବେଳେ ପର୍ଯ୍ୟଟକଙ୍କ ଯା’ଆସ, ନଦୀରେ ବୋଟ୍‌ ଚଳାଚଳ ଗଣନା ପ୍ରକ୍ରିୟାରେ ବାଧା ପହଞ୍ଚାଇବା ଆଶଙ୍କାରେ ପର୍ଯ୍ୟଟକଙ୍କ ପ୍ରବେଶ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଗତବର୍ଷ ଭିତରକନିକାରେ ବଉଳା କୁମ୍ଭୀରଙ୍କ ସଂଖ୍ୟା ୧୬୮୨ରେ ରହିଥିଲା।

ସମ୍ବନ୍ଧିତ ଖବର