ଜଗତ୍ସିଂହପୁର/ରାଜନଗର: ଜଗତ୍ସିଂହପୁର ପରେ ଏବେ କେନ୍ଦ୍ରାପଡ଼ାରେ ବାର୍ଡ’ଫ୍ଲୁ ଆତଙ୍କ ଖେଳିଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ କାଉ ମରିପଡ଼ିବାକୁ ନେଇ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷକରି, ଭିତରକନିକାରେ ୩ଟି କାଉ ମରିପଡ଼ିବା ଫଳରେ ପ୍ରଶାସନ ଅଧିକ ସତର୍କ ହୋଇଯାଇଛି। ଏହି ଜାତୀୟ ଉଦ୍ୟାନରେ ଏବେ ବିଦେଶୀ ପକ୍ଷୀଙ୍କ ଭିଡ଼ ଥିବାରୁ ପରିସ୍ଥିତି ଉପରେ ତୀକ୍ଷ୍ମଣ ନଜର ରଖିଛି। ଏହି ଅଞ୍ଚଳରୁ ୩୦ଟି ନମୁନା ସଂଗ୍ରହ କରାଯାଇଥିବା ଜଣାପଡ଼ିଛି। ଜଗତ୍ସିଂହପୁର ପରେ ଏବେ କେନ୍ଦ୍ରାପଡ଼ା ଜିଲ୍ଲାରେ ଅନୁରୂପ ଭାବେ ବାର୍ଡ଼’ଫ୍ଲୁ ଆତଙ୍କ ଖେଳିଯାଇଛି। ଗତକାଲି, ମହାକାଳପଡ଼ା ବ୍ଲକ୍ର ୧୬ଟି ଗ୍ରାମରେ କୁକୁଡ଼ା, ବତକ ଓ ଅନ୍ୟାନ୍ୟ ଗୃହପାଳିତ ପକ୍ଷୀମାନଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ପଟ୍ଟାମୁଣ୍ଡାଇ ବ୍ଲକର ଚନ୍ଦନନଗର ନିକଟରେ ରାଜନଗର-ପଟ୍ଟାମୁଣ୍ଡାଇ ରାସ୍ତା ଉପରେ ଆଜି ସଂଧ୍ୟାରେ ୩ଟି କାଉ ମରି ପଡିଥିବା ଦେଖିବାକୁ ମିଳିଥିଲା। ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ମୃତ ପକ୍ଷୀ ମିଳି ନ ଥିଲେ ମଧ୍ୟ ଭିତରକନିକା ଅଭୟାରଣ୍ୟ ଅଂଚଳରେ ଆଜି ସଂଧ୍ୟାରେ ୩ଟି କାଉର ମୃତଦେହ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜିି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ପଶୁଚିକିତ୍ସାଧିକାରୀ ଡା. ଶାନ୍ତନୁ ଟାକ୍ରିଙ୍କ ନେତୃତ୍ୱରେ ଏକ ଟିମ୍ ଭିତରକନିକା ପରିଦର୍ଶନ କରିଥିଲେ। ପକ୍ଷୀଙ୍କ ଆବସସ୍ଥଳୀ ବଗଗହନ ଏବଂ ମଠଆଡିଆରେ ପହଁଛି ୨୦ଟି ଦେଶୀ ଓ ବିଦେଶୀ ପକ୍ଷୀଙ୍କ ମଳ ନମୁନା ସଂଗ୍ରହ କରିଛନ୍ତି। ଏହାବାଦ୍ ଭିତରକନିକା ପ୍ରବେଶପଥକୁ ଲାଗିକରି ଥିବା ଡାଙ୍ଗମାଳ ଓ ଖମାରସାହି ଗାଁରୁ ୧୦ଟି କୁକୁଡାଙ୍କର ମଳ ଓ ମଳଦ୍ୱାରର ସ୍ୱାବ୍ ସଂଗ୍ରହ କରିଛନ୍ତି। ଏହି ଦୁୁଇଟି ଗାଁର ପୋଖରୀ ପାଣି ନମୁନା ସଂଗ୍ରହ କରି ଫୁଲନଖରାସ୍ଥିତ ଆନିମଲ ଡିଜିଜ୍ ରିସର୍ଚ୍ଚ ଇନ୍ଷ୍ଟିଚୁ୍ୟୁଟ୍କୁ ପଠାଇଛନ୍ତି। ଭିତରକନିକାରେ ବାର୍ଡ’ଫ୍ଲୁ ସଂପର୍କରେ ରେଞ୍ଜ ଅଫିସର ସୁବ୍ରତ କୁମାର ପାତ୍ରଙ୍କୁ ପଚାରିବାରୁ ଭିତରକନିକା ଅଂଚଳରେ ବାର୍ଡ’ଫ୍ଲୁ ଆତଙ୍କ ନାହିଁ ବୋଲି କହିଛନ୍ତି।