ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ, ମେ’ ୧ରୁ ଭିତରକନିକା ବନ୍ଦ

ରାଜନଗର : ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ମଧୢରେ ଥିବା ନଦୀନାଳଗୁଡିକରେ ବସବାସ କରୁଥିବା ବିରଳ ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଛି। ଏହି ସମୟରେ କୁମ୍ଭୀରମାନେ ଅଣ୍ତା ଦେବା ପାଇଁ ସୁରକ୍ଷିତ ସ୍ଥାନ ସନ୍ଧାନରେ ଥା’ନ୍ତି। ସେମାନଙ୍କ ମିଳନ ପର୍ବରେ କୌଣସି ବାଧା ନ ଉପୁଜିବା ପାଇଁ ରାଜନଗର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ମେ’ ୧ରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦେଶ ବିଦେଶର ପର୍ଯ୍ୟଟକମାନଙ୍କ ପ୍ରବେଶକୁ ନିଷିଦ୍ଧ କରାଯାଇଛି।

ଉକ୍ତ ସମୟ ଭିତରେ ଉଭୟ କୁମ୍ଭୀରମାନଙ୍କ ପ୍ରଜନନ ପ୍ରକ୍ରିୟା ଚାଲିବ। ମାଈ କୁମ୍ଭୀର ଅଣ୍ତା ଦେବା ସମୟରେ ପୁରୁଷ କୁମ୍ଭୀର ଅଣ୍ତାର ସୁରକ୍ଷା ଦାୟିତ୍ବରେ ରହିଥାଏ। ସେଥିପାଇଁ ବାହ୍ୟ ଶତ୍ରୁ ପ୍ରତି ପୁରୁଷ କୁମ୍ଭୀର ସଜାଗ ରହିଥାଏ। ପୁରୁଷ କୁମ୍ଭୀର ହି˚ସ୍ର ହୋଇଥିବାରୁ ଯେ କୌଣସି ସମୟରେ ବାହ୍ୟ ଶତ୍ରୁ କିମ୍ବା ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରିବାର ଆଶଙ୍କା ଥିବାରୁ ୩ ମାସ ଧରି ଜାତୀୟ ଉଦ୍ୟାନରେ ପରିଭ୍ରମଣକୁ ନିଷିଦ୍ଧ କରାଯାଇଛି ବୋଲି ରାଜନଗର ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ନଦୀ, ନାଳ ସମେତ ଏହା ସ˚ଲଗ୍ନ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀନାଳଗୁଡିକରେ ୧୭୪୨ଟି କୁମ୍ଭୀର ଅଛନ୍ତି।

ସମ୍ବନ୍ଧିତ ଖବର