ଭିତରକନିକା ୩ ମାସ ପାଇଁ ବନ୍ଦ

ରାଜନଗର : ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ନଦୀନାଳରେ ବସବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଛି। ଏମାନଙ୍କ ମିଳନ ପର୍ବରେ କୌଣସି ବାଧା ନ ଉପୁଜିବା ପାଇଁ ରାଜନଗର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଆସନ୍ତା ମେ ପହିଲାରୁ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ଭିତରକନିକାକୁ ପର୍ଯ୍ୟଟକଙ୍କ ପ୍ରବେଶ ନିଷିଦ୍ଧ କରାଯାଇଛି। ଏହି ସମୟରେ କୁମ୍ଭୀରମାନଙ୍କ ପ୍ରଜନନ ପ୍ରକ୍ରିୟା ଚାଲିବ। ମାଈ କୁମ୍ଭୀର ଅଣ୍ଡା ଦେବା ସମୟରେ ପୁରୁଷ କୁମ୍ଭୀର ଅଣ୍ଡାର ସୁରକ୍ଷା ଦାୟିତ୍ୱରେ ଥାଏ। ସେହି କାରଣରୁ ୩ମାସ ଧରି ଜାତୀୟ ଉଦ୍ୟାନରେ ପରିଭ୍ରମଣକୁ ନିଷିଦ୍ଧ କରାଯାଇଛି ବୋଲି ରାଜନଗର ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର