ଦେଶର ଶ୍ରେଷ୍ଠ ୧୦ଟି ସ୍ୱଚ୍ଛ ରେଳଷ୍ଟେସନ ମଧ୍ୟରେ ୯ ନମ୍ବର ସ୍ଥାନରେ ଭୁବନେଶ୍ୱର ଷ୍ଟେସନ

ଭୁବନେଶ୍ୱର : କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରାଳୟ ଦ୍ୱାରା ପ୍ରକାଶିତ ଶ୍ରେଷ୍ଠ ବାସଯୋଗ୍ୟ ସହର ତାଲିକାରେ ଭୁବନେଶ୍ୱର ପ୍ରଥମ ୧୦ଟି ସ୍ଥାନରେ ଭୁବନେଶ୍ୱର ରହିପାରିନଥିବାବେଳେ ରେଳ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ସ୍ୱଚ୍ଛ ରେଳଷ୍ଟେସନ ତାଲିକାରେ ଭୁବନେଶ୍ୱର ରେଳ ଷ୍ଟେସନ ପ୍ରଥମ ୧୦ଟି ସ୍ଥାନ ମଧ୍ୟରେ ସ୍ଥାନ ପାଇଛି । ଏ୧ ତାଲିକା ବର୍ଗରେ ଥିବା ଷ୍ଟେସନ ମାନଙ୍କ ମଧ୍ୟରୁ ଭୁବନେଶ୍ୱର ୯ ନମ୍ବର ସ୍ଥାନରେ ରହିଛି । ଏହି ତାଲିକାର ପ୍ରଥମ ସ୍ଥାନରେ ଯୋଧପୁର ଷ୍ଟେସନ ଥିବାବେଳେ ୨ୟ ସ୍ଥାନରେ ଜୟପୁର ରହିଛି । ସେହିପରି ଏ-ବର୍ଗର ଷ୍ଟେସନ ମାନଙ୍କ ମଧ୍ୟରେ ମାରଓ୍ଵାର ପ୍ରଥମ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ରେଳ ଜୋନ ମାନଙ୍କ ମଧ୍ୟରୁ ଓଡ଼ିଶାରେ ଥିବା ପୂର୍ବତଟ ରେଳବାଇ ମଧ୍ୟ ସଫଳତା ହାସଲ କରି ୩ୟ ସ୍ଥାନରେ ରହିଛି । ଏହି ସର୍ଭେକୁ ପ୍ରକାଶ କରି ରେଳମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି ଯେ ଗତ ୪ ବର୍ଷ ହେଲା ଟ୍ରେନ ଓ ଷ୍ଟେସନଗୁଡ଼ିକର ପରିଚ୍ଛନ୍ନତା ରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି ।

 

ସମ୍ବନ୍ଧିତ ଖବର