ଭୁବନେଶ୍ୱର: ବିମାନ ଯାତ୍ରୀ ଅଭିବୃଦ୍ଧି ତାଲିକାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଦେଶର ଏକ ନମ୍ବର ବିମାନବନ୍ଦର ମାନ୍ୟତା ପାଇଛି। ଏଣିକି ଭୁବନେଶ୍ୱର ବିମାନବନ୍ଦରରେ ତୃତୀୟ ଟର୍ମିନାଲ ନିର୍ମାଣ ହେବ। ଏହି ଟିର୍ମିନାଲ ପାଇଁ ୯୩୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ତେବେ ଏହି ତୃତୀୟ ଟର୍ମିନାଲ ନେଇ ସିଭିଲ୍ ଆଭିଏସନ୍ ସେଣ୍ଟ୍ରାଲ୍ ୟୁନିୟନ ସେକ୍ରେଟାରୀ ସୋମବାର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ବର୍ଷକ ମଧ୍ୟରେ ୩୯.୪ ପ୍ରତିଶତରୁ ଅଧିକ ଯାତ୍ରୀ ଭୁବନେଶ୍ୱର ବିମାନବନ୍ଦର ଦେଇ ଯାତାୟାତ କରିଥାଆନ୍ତି। ଏପରିକି ଯାତ୍ରୀ ଅଭିବୃଦ୍ଧିରେ ଭୁବନେଶ୍ୱର ଦେଶର ସମସ୍ତ ଅଗ୍ରଣୀ ବିମାନବନ୍ଦରକୁ ପଛରେ ପକାଇ ଦେଇଛି। ଭୁବନେଶ୍ୱର ବିମାନବନ୍ଦରର ଯାତ୍ରୀ ଅଭିବୃଦ୍ଧି ହାର ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁର ଓ କୋଲକତା ଭଳି ବିମାନବନ୍ଦର ଠାରୁ ବହୁ ଅଧିକ ରହିଛି। ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ) ପକ୍ଷରୁ ଦେଶର ୧୫ଟି ବ୍ୟସ୍ତବହୁଳ ବିମାନବନ୍ଦର ତାଲିକା ପ୍ରକାଶ ପାଇଥିବାବେଳେ ଏଥିରେ ଅଧିକ ଯାତ୍ରୀ ଯାତାୟାତ କରିବାରେ ଦିଲ୍ଲୀ ଏକ ନମ୍ବର ସ୍ଥାନରେ ଥିଲେ ହେଁ ଭୁବନେଶ୍ୱର ବିମାନବନ୍ଦର ଯାତ୍ରୀ ହାରରେ ଅଧିକ ରହିଥିବା ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ତୃତୀୟ ଟର୍ମିନାଲ ନିର୍ମାଣ ହେବାକୁ ଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/download-7.jpg)