ଭୁବନେଶ୍ୱର ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର, ୮ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହରର ମାନ୍ୟତା ପାଇଛି । ସହରରେ ଆଜି ସର୍ବୋଚ୍ଚ ତାପମାତ୍ରା ୪୩.୭ ଡିଗ୍ରୀ ସେଲସିୟସ ଥିଲା । ଭୁବନେଶ୍ୱର ତଳକୁ ରହିଛି ଅନୁଗୁଳ ସହର । ଅନୁଗୁଳର ସର୍ବୋଚ୍ଚ ତାପମାତ୍ରା ୪୨.୭ ଡିଗ୍ରୀ ସେଲସିୟସ ଥିଲା । ସେହିପରି ଟିଟିଲାଗଡ଼ର ସର୍ବୋଚ୍ଚ ତାପମାତ୍ରା ୪୨ଡିଗ୍ରୀ ସେଲସିୟସ ଥିଲା ।

ସେହିପରି କଟକରେ ୪୧.୧ ଡିଗ୍ରୀ ସେଲସିୟସ, ମାଲକାନଗିରି ୪୦.୮ଡିଗ୍ରୀ ସେଲସିୟସ, ଚାନ୍ଦବାଲି ୪୦.୫ଡିଗ୍ରୀ ସେଲସିୟସ, ଝାରସୁଗୁଡା ୪୦ ଡିଗ୍ରୀ ସେଲସିୟସ ଓ ତାଳଚେର ୪୩.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । କିନ୍ତୁ ଆଜି ଦେଶର ସବୁଠାରୁ ଉତ୍ତପ୍ତ ସହର ଥିଲା ବିଦର୍ଭ ଅଞ୍ଚଳର ( ପୂର୍ବ ମହାରାଷ୍ଟ୍ର) ଚନ୍ଦ୍ରପୁର । ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୪.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ଭାରତୀୟ ପାଣିପାଗ ବିଭାଗ କହିଛି । ରାଜ୍ୟରେ ପ୍ରବଳ ଗ୍ରୀଷ୍ଣପ୍ରବାହ ଜାରି ରହିଥିବାରୁ ସରକାର ଆସନ୍ତା ୧୮ରୁ ସ୍କୁଲରେ ଗ୍ରୀଷ୍ଣଛୁଟି ଘୋଷଣା କରିଛନ୍ତି । ଆଗାମୀ କିଛି ଦିନ ପର୍ଯ୍ୟନ୍ତ ପ୍ରବଳ ତାତିରୁ ନିସ୍ତାର ମିଳିବାର ସମ୍ଭାବନା କମ ବୋଲି ପାଣିପାଗ ବିଭାଗ କହିଛି ।

ସମ୍ବନ୍ଧିତ ଖବର