ଭୁବନେଶ୍ୱର: ପାଓ୍ଵାର ହାଉସ୍‌ ଛକ ନିକଟରେ ରାସ୍ତାରେ ଦବିଲା ବସ୍‌, ଅଳ୍ପକେ ବର୍ତ୍ତିଲେ ୬୦ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସୋମବାର ଅପରାହ୍ନରେ ଭୁବନେଶ୍ୱରସ୍ଥିତ ପାଓ୍ଵାର୍‌ ହାଉସ୍‌ ଟ୍ରାଫିକ୍‌ ଛକ ଦେଇ ଯାଉଥିବା ନୀଳାଚଳ କଲେଜ ବସ୍‌ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ବସଟି ଯାଉଥିବା ବେଳେ ହଠାତ୍‌ ରାସ୍ତା ଦବିଯାଇଥିଲା। ଫଳରେ ବସର ପଛ ଚକଟି ଫସିଯାଇଥିଲା।

ସୂଚନାଯୋଗ୍ୟ, ପାଓ୍ଵାର୍‌ ହାଉସ୍‌ ଟ୍ରାଫିକ୍‌ ଛକ ଦେଇ ଯାଉଥିବା ନୀଳାଚଳ କଲେଜ ବସ୍‌ର ଚକା ହଠାତ୍‌ ରାସ୍ତାରେ ଦବି ଯାଇଥିଲା। ଫଳରେ ବସ୍‌ ଭିତରେ ଥିବା ୬୦ଜଣ ଛାତ୍ର କ’ଣ ହେଲା ବୋଲି କିଛି ବୁଝି ନପାରି ଚିତ୍କାର କରିବାରେ ଲାଗିଥିଲେ। ପିଲାଙ୍କ ଚିତ୍କାର ଓ ଘଟଣାସ୍ଥଳରେ ଥିବା ଲୋକମାନେ ବସ୍‌ ପାଖକୁ ଦୌଡ଼ି ଆସିଥିଲେ। ପିଲାମାନେ ବସ୍‌ ଭିତରୁ ଦୌଡ଼ାଦୌଡି ହୋଇ ରାସ୍ତାକୁ ଓହ୍ଲାଇ ଆସିଥିଲେ। ବାହାରକୁ ଆସି ଦେଖିଥିଲେ ରାସ୍ଥା ଧସି ପ୍ରାୟ ୧୦ ଫୁଟ୍‌ ଗଭୀର ଏକ ଖାତ ସୃଷ୍ଟି ହୋଇଛି। ଏକ ନିଶ୍ଚିତ ଦୁର୍ଘଟଣାକୁ ଅଳ୍ପକେ ବର୍ତ୍ତି ଥିବା କଲେଜ ଛାତ୍ରୀମାନଙ୍କ ଭିତରେ କୋକୁଆ ଭୟ ଖେଳି ଯାଇଥିଲା। ତେବେ ସ୍ମାଟସିଟି ଭୁବନେଶ୍ୱରର ଏକ ମୁଖ୍ୟ ରାସ୍ତା ଏଭଳି ଦବି ଯିବା ଘଟଣା ଘଟିବାକୁ ନେଇ ଚାରିଆଡେ ଚାଞ୍ଚଲ୍ୟ ଖେଳି ଯାଇଛି। ନିମ୍ନମାନର କାମ ହୋଇଥିବାରୁ ଏପରି ଘଟିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର