ବସ୍‌ ରହଣି ସମୟକୁ ନେଇ ବିବାଦ : ଭୁବନେଶ୍ୱର-ପୁରୀ ବସ୍‌ ଚଳାଚଳ ବନ୍ଦ

ପୁରୀ : ପୁରୀ-ଭୁବନେଶ୍ୱର ରୁଟ୍‌ରେ ବସ୍‌ ଚଳାଚଳ ସମୟ ନିର୍ଘଣ୍ଟକୁ କେନ୍ଦ୍ର କରି ବସ୍‌ମାଲିକମାନଙ୍କ ମଧ୍ୟରେ ଆଜି ପୁଣି ବିବାଦ ଦେଖାଦେଇଛି। ଏହାକୁ କେନ୍ଦ୍ର କରି ଆଜି ଏହି ରୁଟ୍‌ରେ ବସ୍‌ ଚଳାଚଳ ବନ୍ଦ ରହିଛି। ଭୁବନେଶ୍ୱରର ବସ୍‌ କର୍ମଚାରୀ ଓ ମାଲିକମାନେ ସେଠାରେ ପୁରୀରୁ ଭୁବନେଶ୍ୱରକୁ ଯାଉଥିବା ବସ୍‌ଗୁଡ଼ିକୁ ଅଟକାଇ ରଖିଥିବା ବେଳେ ପୁରୀରେ ମଧ୍ୟ ଭୁବନେଶ୍ୱରରୁ ପୁରୀକୁ ଆସୁଥିବା ବସ୍‌ଗୁଡ଼ିକୁ ଅଟକାଇ ରଖାଯାଇଛି। ତେଣୁ ଆଜି କେବଳ କଟକରୁ ପୁରୀ ଏବଂ ପୁରୀରୁ କଟକ ଯାତାୟାତ କରୁଥିବା ବସ୍‌ଗୁଡ଼ିକ ଚଳାଚଳ କରିଥିଲା। ଆଜି ଏହି ଘଟଣାକୁ ନେଇ ଉଭୟ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଓ ପୁରୀ ବସ୍‌ଷ୍ଟାଣ୍ଡରେ ଉତ୍ତେଜନା ଲାଗି ରହିଥିଲା। ଏନେଇ ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ବସ୍‌ ମାଲିକମାନେ ଆଲୋଚନା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର