ବିଶ୍ୱର ୫୦ଟି ସ୍ମାର୍ଟ ସିଟି ମଧ୍ୟରେ ୩୨ତମ ସ୍ଥାନରେ ଭୁବନେଶ୍ୱର

ଭୁବନେଶ୍ୱର : ବିଶ୍ୱର ୫୦ଟି ଶ୍ରେଷ୍ଠ ସ୍ମାର୍ଟସିଟି ମଧ୍ୟରେ ସ୍ଥାନ ପାଇଲା ଭୁବନେଶ୍ୱର । ସିଂଗାପୁରର ଇଡେନ ଷ୍ଟାଟର୍ଜି ଇନଷ୍ଟିଚ୍ୟୁଟ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ ଭୁବନେଶ୍ୱର ବିଶ୍ୱର ୫୦ଟି ଶ୍ରେଷ୍ଠ ସହର ମଧ୍ୟରୁ ୩୨ ତମ ସ୍ଥାନରେ ରହିଛି । ଏହି ଅଧ୍ୟୟନ କରିବା ପାଇଁ ସଂସ୍ଥା ପକ୍ଷରୁ ପ୍ରାୟ ୧୦ଟି ମାନଦଣ୍ଡକୁ ବିଚାରକୁ ନିଆଯାଇଥିଲା । ସେଗୁଡ଼ିକ ମଧ୍ୟରେ ରହିଛି ବଜେଟ ବ୍ୟୟବରାଦ, ଦୂରଦୃଷ୍ଟି ସଂପନ୍ନ ଯୋଜନା, ସ୍ମାର୍ଟ ଯୋଜନା, ନେତୃତ୍ୱ, ଜନ କେନ୍ଦ୍ରୀକ ଯୋଜନା ଇତ୍ୟାଦି । ଲଣ୍ଡନ ଏହି ତାଲିକାର ୧ ନମ୍ବର ସ୍ଥାନରେ ରହିଛି । ଭୁବନେଶ୍ୱର ୩୨ ତମ ସ୍ଥାନରେ ରହିଥିବାବେଳେ ବିଶ୍ୱର କେତୋଟି ପ୍ରମୁଖ ସହର ଦୁବାଇ( ୪୦) ଓ ପ୍ୟାରିସ (୪୬) ଭୁବନେଶ୍ୱର ତଳେ ରହିଛନ୍ତି । ସେହିପରି ଭାରତୀୟ ସହର ମାନଙ୍କ ମଧ୍ୟରୁ ରାଜଧାନୀ ଦିଲ୍ଲୀ ୨୩ ତମ ସ୍ଥାନରେ ଓ ସୁରତ ୨୭ ତମ ସ୍ଥାନରେ ରହିଛି । ଅହମଦାବାଦ ଭୁବନେଶ୍ୱର ସହ ୩୨ତମ ସ୍ଥାନରେ ରହିଛି । ଜୟପୁର ୩୪ ତମ ସ୍ଥାନ ଓ ପୁନେ ୩୬ ତମ ସ୍ଥାନରେ ରହିଛି । ଏହି ସଫଳତା ପରେ ମେୟର ଅନନ୍ତ ନାରାୟଣ ଜେନା ଟିମ ଭୁବନେଶ୍ୱରକୁ ଅବିନନ୍ଦନ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର