ଦୁବାଇ ଓ କଲମ୍ବୋକୁ ଖୁବ୍‌ଶୀଘ୍ର ବିମାନ ସେବା

ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ କନ୍‌କ୍ଲେଭ୍‌ର ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ୩୫୭ଟି ପର୍ଯ୍ୟଟନ ସ୍ଥଳୀରେ ମୌଳିକ ସୁବିଧା ଯୋଗାଇଦେବାକୁ ପ୍ରାଥମିକତା ଦିଆଯାଇଛି। ସ୍ୱଦେଶ ଦର୍ଶନ ଯୋଜନାରେ ୯୦ କୋଟି ଟଙ୍କା ବ୍ୟୟରେ କୋଷ୍ଟାଲ ପର୍ଯ୍ୟଟନର ବିକାଶ ହେଉଛି। ବ୍ୟାଙ୍କକ୍‌କୁ ବନ୍ଦ ହୋଇଥିବା ବିମାନ ସେବାକୁ ପୁଣିଥରେ ଆରମ୍ଭ କରିବାକୁ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟ ନିକଟରେ ଦାବି କରାଯାଇଛି। ଦୁବାଇ ଓ କଲମ୍ବୋକୁ ଖୁବ୍‌ଶୀଘ୍ର ବିମାନ ଉଡ଼ାଣ କରିବାକୁ ଯୋଜନା ରହିଛି ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

ଉନ୍ନୟନ କିମସନର ଆର୍‌. ବାଳକ୍ରିଷ୍ଣନ୍‌ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଇକୋ-ଟୁରିଜିମ୍‌ ପାଇଁ ଓଡ଼ିଶା ବାହାରେ ପରିଚିତି ହାସଲ କରିଛି। ହସ୍ତତନ୍ତ ସଂଗ୍ରହାଳୟ, ଆଦିବାସୀ ସଂଗ୍ରହାଳୟ ପରି ବିରଳ ପର୍ଯ୍ୟଟନ ସ୍ଥଳୀ ଏଠାରେ ରହିଛି। ସେଗୁଡ଼ିକର ପ୍ରଚାର ଦିଗରେ ଟୁର ଅପରେଟର ଓ ହୋଟେଲ ମାଲିକମାନେ ଦୃଷ୍ଟି ଦେବା ଆବଶ୍ୟକ। ପର୍ଯ୍ୟଟନ ନିର୍ଦେଶକ ନିତିନ୍‌ ଭାନୁଦାସ ଜଓ୍ଵାଲେ, ‘ହାରୋ’ର ଅଧ୍ୟକ୍ଷ ଜେ.କେ ମହାନ୍ତି, ଦେବାଶିଷ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର