ଭୂମିପୁତ୍ର ସ୍ବାଭିମାନ ମଞ୍ଚର ଚେତାବନୀ : ସ୍ଥାନୀୟ ଲୋକଙ୍କୁ ପ୍ରାର୍ଥୀ ନ କଲେ ବିକଳ୍ପ

‌ବୋଲଗଡ : ବୋଲଗଡ-ବେଗୁନିଆ ବିଧାନସଭା ଆସନ ନେଇ ଏଯାଏ ଶାସକ ଦଳ ପ୍ରାର୍ଥୀ ଚୟନ କରିନାହିଁ। କଂଗ୍ରେସ ବି। କିଏ ପ୍ରାର୍ଥୀ େହବ, କାହାକୁ ଦଳ ଟିକେଟ୍ ଦେବ େସ ନେଇ ସମଗ୍ର ନିର୍ବାଚନମଣ୍ଡଳୀରେ ଚର୍ଚ୍ଚା ଆେଲାଚନା େଜାର ଧରିଛି। ଠିକ୍ ଏମିତି ସମୟରେ େବାଲଗଡ-େବଗୁନିଆ ଭୂମିପୁତ୍ର ସ୍ବାଭିମାନ ମଞ୍ଚ ଆଜି ସବୁ ରାଜନୈତିକ ଦଳକୁ ସତର୍କ କରାଇ େଦଇଛି। ଅନୁେରାଧ କରିଛି, ନିର୍ବାଚନମଣ୍ଡଳୀ ବାହାର େଲାକ ନୁେହଁ, ବରଂ ସ୍ଥାନୀୟ େଲାକଙ୍କୁ େସମାେନ ପ୍ରାର୍ଥୀ କରନ୍ତୁ। ଅନ୍ୟଥା ମଞ୍ଚ ଡାକରାରେ ସମସ୍ତେ ଏକାଠି େହବେ ଓ ଭୂମି ପୁତ୍ରଙ୍କ ତାକତ େଦଖାଇବେ।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ େହାଇଛି। ଏହାର ବହୁ ପୂର୍ବରୁ େବାଲଗଡ-ବେଗୁନିଆ ଭୂମିପୁତ୍ର ସ୍ବାଭିମାନ ମଞ୍ଚ ସ୍ଥାନୀୟ ଅଞ୍ଚଳର ପ୍ରାର୍ଥିତ୍ବ ଉପରେ େଜାର େଦଇଥିଲା। ଆଜି ପୁଣି ଥରେ ମଞ୍ଚ ଏହାକୁ େଦାହରାଇଛି। ସଭାପତି ଭିକାରୀ ସାହୁ ସ୍ପଷ୍ଟ ଭାବେ ଜଣାଇ େଦଇଛନ୍ତି େଯ ଦୀର୍ଘ ଦିନ େହଲା ରାଜନୈତିକ ଦଳମାେନ ସ୍ଥାନୀୟ େନତୃତ୍ବଙ୍କୁ ପ୍ରତିନିଧିତ୍ବ କରିବାକୁ ସୁେଯାଗ େଦଉନାହାନ୍ତି। ଫଳରେ ଅଞ୍ଚଳର ବିକାଶ ସଠିକ ଭାବରେ େହାଇପାରୁନାହିଁ। ଚଳିତ ନିର୍ବାଚନରେ ସମସ୍ତ ଦଳ ସ୍ଥାନୀୟ ବ୍ୟକ୍ତିଙ୍କୁ ପ୍ରାର୍ଥୀ ନ କଲେ ମଞ୍ଚ ବିକଳ୍ପ ପ୍ରାର୍ଥୀ ଦେବାକୁ ବାଧ୍ୟ େହବେ ଓ ଦଳମତ ନିର୍ବିେଶଷରେ ଅଞ୍ଚଳବାସୀ ମାଟିମୁକ୍ତି ଅଭିଯାନ ଯଜ୍ଞରେ ସାମିଲ ହୋଇ ତାଙ୍କୁ ସମର୍ଥନ େଦବା ପାଇଁ ଶ୍ରୀ ସାହୁ ଆହ୍ବାନ େଦଇଛନ୍ତି।

ସମ୍ବନ୍ଧିତ ଖବର