ବିଜେପିରେ ଯୋଗ ଦେବେ ବିଚିତ୍ରାନନ୍ଦ ମୁଦୁଲି

କଟକ : ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଆଠଗଡରେ ରାଜନୈତିକ ଉଷ୍ମତା ସେତିକି ବୃଦ୍ଧି ପାଉଛି। ୨୦୧୪ ବିଧାନସଭା ନିର୍ବାଚନରେ ଆଠଗଡରୁ କଂଗ୍ରେସ୍ର ପ୍ରାର୍ଥୀ ଥିବା ବିଚିତ୍ରାନନ୍ଦ ମୁଦୁଲି ଖୁବଶୀଘ୍ର ବିଜେପିରେ ଯୋଗ ଦେବେ। ଆଠଗଡ଼ରେ କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ଆବିର୍ଭାବ ପରେ ଏବେ ଏଭଳି ଆକଳନ କରାଯାଉଛି। ବିଚିତ୍ରାନନ୍ଦ ମୁଦୁଲି ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ୩୪ ହଜାର ୧୧୮ ଖଣ୍ଡ ଭୋଟ୍ ପାଇଥିଲେ। କିନ୍ତୁ ପରବର୍ତି ଅବସ୍ଥାରେ ଆଠଗଡରେ ‌କୌଣସି ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଆଉ ଦେଖିବାକୁ ମିଳିନଥିଲା। ଶ୍ରୀ ମୁଦୁଲି ୨୦୧୪ ନିର୍ବାଚନ ପୁର୍ବରୁ ୨୦୦୪ ଓ ୨୦୦୯ରେ ଆଠଗଡରେ ସ୍ୱାଧୀନ ପ୍ରାର୍ଥୀ ରୂପେ ପ୍ରତିଦ୍ୱନ୍ଦ୍ବିତା କରିଥିଲେ। ୨୦୦୪ ନିର୍ବାଚନରେ ସେ ୩୬ ହଜାର ଓ ୨୦୦୯ରେ ୪୪ ହଜାର ଭୋଟ ପାଇଥିଲେ। ବିଚିତ୍ରାନନ୍ଦ ମୁଦୁଲିଙ୍କର ଆଠଗଡରେ ବ୍ୟକ୍ତିଗତ ପ୍ରଭାବ ଥିବାରୁ ସେ ବିଜେପିରେ ଯୋଗ ଦେବା ସମ୍ଭାବନା ସୃଷ୍ଟି ହେଉଛି। ଗତ ପଂଚାୟତ ନିର୍ବାଚନରେ ଆଠଗଡ ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ମାନେ ୬୦ ହଜାରରୁ ଅଧିକ ଭୋଟ ପାଇଥିଲା ବେଳେ ମୁଦୁଲିଙ୍କ ‌ଯୋଗଦାନ ପରେ ଆଠଗଡରେ ବିଜେପି ଲାଭରେ ରହିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର