ବିରାଟ ଷଡ଼ଯନ୍ତ୍ର, କାଢ଼ିନେଲେ କୋଣାର୍କ କାରୁକାର୍ଯ୍ୟ

ଅଣଓଡ଼ିଆ ଏଏସଆଇ ଅଧିକାରୀଙ୍କ ହାତରେ କୋଣାର୍କ ଭାଗ୍ୟ

କୋଣାର୍କ: ମନ୍ଦିରରେ ଶୋଭା ପାଉଥିବା  କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତି ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ସୂକ୍ଷ୍ମ କାରୁକାର୍ଯ୍ୟ ହଜିଯାଇ େସ ସ୍ଥାନରେ େଶାଭା ପାଇଲାଣି ସାଧା ପଥର। ଲୁହା ରଡ ଭାରାରେ େଘାେଡ଼ଇ ରଖି ବର୍ଷ ବର୍ଷ ଧରି କି ମରାମତି କରାଯାଉଛି େକଜାଣି, ବିଶ୍ବ ଐତିହ୍ୟସ୍ଥଳୀ େଯକୌଣସି ମୁହୂର୍ତରେ ପଥରସ୍ତୂପରେ  ପରିଣତ େହାଇଯାଇପାେର, ଏଭଳି ଆଶଙ୍କା ସୃଷ୍ଟି େହଲାଣି। ବାର ଶହ ବଢ଼େଇଙ୍କ ନିହାଣ ମୁନରୁ ସୃଷ୍ଟି ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରକୁ ବରବାଦ କରିେଦବା ଲାଗି ଏମିତି ଢଙ୍ଗରେ ବଡ଼ ଧରଣର ଷଡ଼ଯନ୍ତ୍ର ମୁଣ୍ଡ େଟକିଛି। େଗାଟିଏ କି ଦୁଇଟି ନୁେହଁ, ମୁଖଶାଳାର ୪୦ ପ୍ରତିଶତ କାରୁକାର୍ଯ୍ୟ ହଜିଯାଇ ତା ସ୍ଥାନରେ ସାଧା ପଥରଖଣ୍ଡ ଲଗାଇ ଦିଆଯାଇଛି। ସ୍ଥିତି ଅତ୍ୟନ୍ତ ଗମ୍ଭୀର ଆଡ଼କୁ ଗତି କରୁଥିେଲ େହଁ, େକନ୍ଦ୍ର ସରକାର ବେଫିକର। ରାଜ୍ୟ ସରକାର ମଧ୍ୟ। ବିଶ୍ବବାସୀ ଥରୁଟିଏ େକାଣାର୍କ ମନ୍ଦିର େଦଖିବାର ଆବଶ୍ୟକତା ରହିଛି େବାଲି ମତ ରଖିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ଓ ତାଙ୍କ ସରକାର େକାଣାର୍କର ଦୁଃସ୍ଥିତି େନଇ ଥରୁଟିଏ ବି ସମୀକ୍ଷା କରିନାହାନ୍ତି। ଏଏସ୍ଆଇର ମନମାନି, ଦାୟିତ୍ବହୀନତା ଏବେ ଐତିହ୍ୟକୁ ଇତିହାସ କରିେଦବା ଲାଗି େଯମିତି ଅଣ୍ଟା ଭିଡିଛି। ଏଠି ସଂସ୍କୃତିପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସରକାର ବି ଏଭଳି ଐତିହ୍ୟ କୀର୍ତିରାଜି ନଷ୍ଟଭ୍ରଷ୍ଟ େହଉଥିବା ଜାଣିଛନ୍ତି। େହଲେ ନିର୍ବିକାର। କାହାର ଏଥିପ୍ରତି ଖାତିର ନାହିଁ। ସମ୍ଭବତଃ, ଆଉ କିଛି ବର୍ଷ ପରେ େକାଣାର୍କ େକବଳ ପୁସ୍ତକର ଛବି େହାଇ ରହିଯିବ। ଯେଉଁ ଓଡ଼ିଶାରୁ ଦ୍ବିତୀୟ କୋଣାର୍କର ସ୍ବର ଉଠୁଛି, ଆଜି ବି  ଗାଁ ଗଣ୍ଡାରେ ହଜାର ହଜାର ଶିଳ୍ପୀ ପଥରରେ ଆକର୍ଷଣୀୟ କଳାକୃତୀ କରିବାର କ୍ଷମତା ରଖିଛନ୍ତି, େସଠାେର େକାଣାର୍କର ଏଭଳି ଦୁଃସ୍ଥିତି କାହିଁକି? ଏଏସଆଇ କର୍ତୃପକ୍ଷ କାହା ହାତରେ ବିଶ୍ବ ପ୍ରସିଦ୍ଧ େକାଣାର୍କର ଐତିହ୍ୟ କୀର୍ତିରାଜି ସୁରକ୍ଷା ଦାୟିତ୍ବ ଛାଡିଛନ୍ତି? େକନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ, ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ, ସର୍ବୋପରି ଉଭୟ ପ୍ରତ୍ନତତ୍ତ୍ବ ସଂସ୍ଥା େକାଣାର୍କ ପ୍ରତି ଏତେ ବିମୁଖ େହାଇପଡିଛନ୍ତି କାହିଁକି? େଯଉଁ େକାଣାର୍କର କୀର୍ତିରାଜିକୁ ଅପମାନିତ କଲେ େବାଲି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ରଙ୍କ ବିେରାଧରେ ସମସ୍ତେ ଗର୍ଜିେଲ, ବିଧାନସଭା ଥରିଲା, େକାଣାର୍କର ଏଭଳି ଦୟନୀୟ ସ୍ଥିତିକୁ େସମାେନ ହଜମ କରୁଛନ୍ତି କିଭଳି? ଏମିତି ମାଳ ମାଳ ପ୍ରଶ୍ନ ଏବେ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଆରମ୍ଭ କରି କାରିଗର କୁଳ, େକାଣାର୍କ ସୁରକ୍ଷା ସମିତି ଆଦିକୁ ବିଚଳିତ କରୁଛି।

ସୂକ୍ଷ୍ମ କାରୁକାର୍ଯ୍ୟ ହଟୁଛି, ସାଧା ପଥର ଲାଗୁଛି

ଭୁଶୁଡ଼ିପାରେ ଲୁହା ଭାରାରେ ବନ୍ଧା ବ୍ଳାକ୍ ପାଗୋଡ଼ା

ଉଲ୍ଲେଖଯୋଗ୍ୟ, ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଓ ଐତିହ୍ୟ କୀର୍ତିରାଜି େହଉଛି େକାଣାର୍କ। ଯଦିଓ ମୂଳ ମନ୍ଦିର ନାହିଁ, କିନ୍ତୁ ମୁଖଶାଳାର ଶରୀରରେ ପଥର ଖୋଦିତ ସୂକ୍ଷ୍ମ କାରୁକାର୍ଯ୍ୟ  ଆଜି ବି ବିଶ୍ବର େକାଣ ଅନୁେକାଣରୁ ପ୍ରତ୍ୟହ ହଜାର ହଜାର େଲାକ, ଛାତ୍ର, ଗବେଷକ, ଐତିହାସିକଙ୍କୁ ଟାଣିଆଣିବାର କ୍ଷମତା ରଖିଛି। େହଲେ ଧୀେର ଧୀରେ େକାଣାର୍କର କାରୁକାର୍ଯ୍ୟ ହଜିଯିବା ଆରମ୍ଭ କଲେଣି। ତା ସ୍ଥାନରେ ସାଧା ପଥର ଲଗାଇ ଦିଆଯାଇଛି। ଫଳରେ ମନ୍ଦିର ଏବେ ବିକୃତ େଦଖାଯିବା ଆରମ୍ଭ କଲାଣିି। କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତି ସଂଖ୍ୟା ବି କମିବାରେ ଲାଗିଛି। ମୁଖଶାଳାର ରକ୍ଷଣାବେକ୍ଷଣ ନାମରେ କର୍ତୃପକ୍ଷ ଅଣକୁଶଳୀ କାରିଗରଙ୍କୁ ନିେୟାଜିତ କରିଥିବା ଅଭିେଯାଗ େଜାର ଧରିଛି। ଲୁଣା ପବନରୁ ମୁଖଶାଳାକୁ ସୁରକ୍ଷିତ ରଖିବା ଲାଗି କେମିକାଲ ପ୍ରଲେପ ନାମରେ କ’ଣ ବୋଳାଯାଉଛି େକଜାଣି, ମନ୍ଦିରର ପଶ୍ଚିମ ପାର୍ଶ୍ବ କାନ୍ଥରେ ଥିବା ମୂର୍ତି ଗୁଡ଼ିକ ଦେହରେ ହାତ ବାଜିଲେ ତାହା ଝଡିଯାଉଛି। ସବୁଠାରୁ ସଙ୍ଗିନ କଥା େହଉଛି, ସଂରକ୍ଷଣ ଆଳରେ ବର୍ଷ ବର୍ଷ ଧରି ଲୁହାପାଇପ ଭାରା ଭିତରେ େକାଣାର୍କ ଅଣନିଃଶ୍ବାସୀ େହାଇଗଲାଣି। ଲୁହା ପାଇପରେ କଳଙ୍କି ଲାଗି ଏଭଳି ଅବସ୍ଥାରେ ପହଞ୍ଚିଲାଣି େଯ କୌଣସି ମୁହୂର୍ତରେ ଏହା ଖସିପଡିବ ଓ ପର୍ଯ୍ୟଟକଙ୍କ ପ୍ରତି ବିପଦ ଟାଣିଆଣିପାରେ। ପର୍ଯ୍ୟଟକମାନଙ୍କର ଅଭିେଯାଗ େହଉଛି, େଗାଟିଏ ପଟେ ଶୁଳ୍କର ପରିମାଣ ବୃଦ୍ଧି କରାଯାଉଛି। ଏହାର ପ୍ରତିବଦଳରେ କଣ ସାଧା ପଥର ଓ ଲୁହାଭାର େଦଖିବୁ?  େକାଣାର୍କ ସୁରକ୍ଷା ସମିତି ଅଭିେଯାଗ କରିଛି,  ବିଶ୍ବ ଐତିହ୍ୟ ତାଲିକାରୁ କୋଣାର୍କକୁ ବାଦ ଦେବା ଲାଗି ବିଧିବଦ୍ଧ ଷଡ଼ଯନ୍ତ୍ର ଆରମ୍ଭ େହାଇଛି। ଏଏସ୍‌ଆଇର ଅଣଓଡ଼ିଆ ଅଧିକାରୀମାେନ ଓଡ଼ିଆଜାତିର ଏହି କୀର୍ତିରାଜି ପ୍ରତି ବୈମାତୃକ ମନୋଭାବ େପାଷଣ କରିଚାଲିଛନ୍ତି। ସୂର୍ଯ୍ୟମନ୍ଦିରର ମୁଖଶାଳା ଦିନକୁ ଦିନ ବିପଦସ˚କୁଳ ଅବସ୍ଥାକୁ ଚାଲିଯାଉଛି। ଅବକ୍ଷୟ ଦ୍ରୁତ ଗତିେର େହଉଛି। ସୁରକ୍ଷା ସମିତିର ସଭାପତି ବାଦଲ ଦାଶ, ସ୍ଥାନୀୟ ହସ୍ତଶିଳ୍ପ ବ୍ୟବସାୟୀ ସ˚ଘ ସଭାପତି ସୁବାସ ନାୟକ, ସ୍ଥାନୀୟ ବୁଦ୍ଧିଜୀବୀ ଓ ଶିକ୍ଷାବିତ ମହଲ କହିଛନ୍ତି, ଏ ଦିଗରେ ଯଦି ସରକାର ଏବେଠାରୁ ସତର୍କ ନ ହୁଅନ୍ତି, ତେବେ ଆଗାମୀ ପିଢ଼ି ବେଳକୁ ସୂର୍ଯ୍ୟମନ୍ଦିରର ଅସ୍ତିତ୍ବ ମାଟିରେ ମିଶିଯିବାର ଆଶଙ୍କାକୁ ଏଡାଇ େଦଇ େହବନାହିଁ। ମନ୍ଦିରର ସ˚ରକ୍ଷଣ ଓ ସୁରକ୍ଷା ପାଇଁ ରାଜ୍ୟ ପର୍ଯ୍ୟଟନ ଓ ସ˚ସ୍କୃତି ମନ୍ତ୍ରୀଙ୍କ ଅଧୢକ୍ଷତାରେ ନିମାପଡ଼ା, କାକଟପୁର ବିଧାୟକ, ପୁରୀ ଜିଲ୍ଲାପାଳ, ସ୍ଥାନୀୟ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବିଙ୍କୁ ନେଇ ଗଠିତ କମିଟି ଅକାମୀ େହାଇରହିଛି। ଗୋଟିଏ ବୈଠକ ପରେ ଏହି କମିଟି ଅଛି କି ନାହିଁ, ତାହା ଜଣାପଡୁନାହିଁ।

ପ୍ରକାଶଥାଉକି, ୨୦୧୬ରେ ବିଦେଶ ଗସ୍ତରେ ଥାଇ  ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ଉତ୍କଳୀୟ କଳାଭାସ୍କର୍ଯ୍ୟର ପ୍ରଶ˚ସାରେ ଶତମୁଖ ହେବା ସହିତ େକାଣାର୍କ ବୁଲି େଦଖିବା ଲାଗି ଆହ୍ବାନ େଦଇଥିେଲ। ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଭିନ୍ନ ସମୟରେ େକାଣାର୍କର କୀର୍ତିରାଜି ବୁଲି େଦଖାଇବା ଲାଗି ଅନେକଥର ପଦକ୍ଷେପ େନଇଛନ୍ତି। ମାସ୍କଟ ଓଲିକୁ େକାଣାର୍କ ବୁଲାଯାଇଥିଲା। ଏସିଆ ଦୌ଼ଡକୁଦ ପ୍ରତିେଯାଗିତାେର ଆସିଥିବା ଅତିଥିଙ୍କୁ ରାଜ୍ୟ ସରକାର େକାଣାର୍କ ବୁଲାଇଥିେଲ। ଚଳିତମାସରୁ ଆରମ୍ଭ େହଉଥିବା ହକି ବିଶ୍ବକପ୍େର େଦଶ ବିେଦଶରୁ ଆସୁଥିବା ବ୍ୟକ୍ତି ବି େକାଣାର୍କ େଦଖିବାକୁ ଚାହିଁବେ। େହଲେ ସ୍ଥିତି ଏତେ ସଙ୍ଗିନ୍ େହଲାଣି, େସ େନଇ ସରକାର ଚେଇଁବେ ‌େ‌କବେ?

 

ସମ୍ବନ୍ଧିତ ଖବର