ପାରାଦୀପ ବନ୍ଦରରେ ବୃହତ ଜାହାଜ ‘ଏମଭି ବାଲ୍ଟିକ୍ ବିଅର’

ପାରାଦୀପ : ପାରାଦୀପ ବନ୍ଦର ପଣ୍ୟ କାରବାର ଓ ଜାହାଜ ଚଳାଚଳ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ରେର୍କଡ କରିଛି। ଥର୍ମାଲ କୋଇଲା ବୋଝେଇ ୨୯୨ ମିଟର ଦୈର୍ଘ୍ୟ ବିଶିଷ୍ଟ ଏକ ଜାହାଜ ‘ଏମଭି ବାଲଟିକ୍ ବିଅର’ ବନ୍ଦରର ସିବି ୧ ଓ ୨ ଜେଟିରେ ଲାଗିଛି। ପ୍ରଥମ ଥର ପାଇଁ ଅତ୍ୟାଧୁନିକ ଯାନ୍ତ୍ରିକ ପଦ୍ଧତିରେ ୧ ଲକ୍ଷ ୨୦ହଜାର ମେଟ୍ରିକ୍ ଟନ ଥର୍ମାଲ କୋଇଲା ବୋଝେଇ ହୋଇ ମାର୍ଚ୍ଚ ୧୪ ତାରିଖ ଗୁରୁବାର ଏହା ପ୍ରତ୍ୟାବର୍ତ୍ତନ କରିବ। ଏହି ପଣ୍ୟ ଆନ୍ଧ୍ର ପ୍ରଦେଶର କ୍ରିଷ୍ଣା ପଟନମ, ଚେନ୍ନାଇ ଏନୋର ବନ୍ଦର, କାକିନାଡା ଓ ତାମିଲନାଡୁ ଅଭିମୁଖେ ଯାତ୍ରା କରିବ। ଏହି ପଣ୍ୟ ରପ୍ତାନୀକାରୀ ସଂସ୍ଥା ହେଉଛନ୍ତି ଆନ୍ଧ୍ରପ୍ରଦେଶ ପାୱାର ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ ଓ ଗ୍ଳୋବାଲ କୋଲ୍ ଆଣ୍ତ ମାଇନିଙ୍ଗ ପ୍ରାଇଭେଟ୍ ଲିମିଟେଡ୍। ଏହାର ସିପିଙ୍ଗ ଏଜେଣ୍ଟ ହେଉଛି ବୋଥ୍ରା ସିପିଙ୍ଗ।

ପ୍ରକାଶ ଥାଉକି ପୂର୍ବର ଆର୍ଥିକ ବର୍ଷରେ ପାରାଦୀପ ବନ୍ଦର ୧୦୨ ମିଲିୟନ ମେଟ୍ରିକ ଟନ୍ ପଣ୍ୟ କାରବାର କରି ରେକର୍ଡ କରିଥିବା ବେଳେ, ଚଳିତ ଆଥିର୍କ ବର୍ଷ ମାର୍ଚ୍ଚ ୧୧ତାରିଖ ସୁଦ୍ଧା ୧୦୨.୨୮ ମିଲିୟନ ମେଟ୍ରିକ୍ ଟନ ପଣ୍ୟ କାରବାର କରିପାରିଛି।

ସମ୍ବନ୍ଧିତ ଖବର