ବିଜୟ ଲଢ଼ିବେ ପାଟକୁରାରୁ, ଭୁବନେଶ୍ବର ଉତ୍ତରରୁ ଅଭିନେତ୍ରୀ ଅପରାଜିତା

୩ ଲୋକସଭା, ୧୧ ବିଧାନସଭା ଆସନରେ ବିଜେପିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ବର : ନିର୍ବାଚନ ପୂର୍ବରୁ ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡାଙ୍କୁ ବିେଜପିରେ ସାମିଲ କରାଯାଇଥିଲା। େକନ୍ଦ୍ରାପଡାର ପାଟକୁରା ନିର୍ବାଚନମଣ୍ଡଳୀରୁ ସେ ଲଢ଼ିବା ପାଇଁ ସଜବାଜ ଚଳାଇଥିଲେ। ଦଳର ବରିଷ୍ଠ େନତା ଭୁବନମୋହନ ଜେନା ମହାକାଳପଡାରୁ ନିର୍ବାଚନ ଲଢିବେ ବୋଲି ଏକରକମ ନିଶ୍ଚିତ ଥିଲା। ଏପରିକି ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର େଫରିବା ଲାଗି ରାସ୍ତା ପରିଷ୍କାର େହବା ପରେ ବି ଭୁବନମୋହନ େସଠାରେ ଶକ୍ତି ପ୍ରଦର୍ଶନ କରିଥିଲେ।

ଆଜି କିନ୍ତୁ ବିେଜପି ଶୀର୍ଷ େନତୃତ୍ବ େଯଉଁ ପ୍ରାର୍ଥୀ ତାଲିକା େଘାଷଣା କରିଛନ୍ତି, ସେଥିରେ ଏମାନଙ୍କ ନାମ ନାହିଁ। ବରଂ ବରିଷ୍ଠ ନେତା ବିଜୟ ମହାପାତ୍ର ଦଳକୁ େଫରିବା ପରେ ପାଟକୁରା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ, ଦଳୀୟ ନେତୃତ୍ବ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି। ଗତ ଥର ମହାକାଳପଡ଼ାରୁ ଲଢ଼ିଥିବା ବିଜୟ ଏଥର ପୁଣି ନିଜ ପୁରୁଣା ଗଡ଼କୁ ଫେରିଆସିବେ। ସେହିଭଳି ମହାକାଳପଡ଼ାରେ ବିଜୟ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି। ଅଭିନେତ୍ରୀ ଅପରାଜିତା ମହାନ୍ତି ଭୁବନେଶ୍ବର ଉତ୍ତର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପି ଟିକେଟ୍‌ରେ ଲଢ଼ିବେ। ଗତଥର ସେ କଟକ େଲାକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ପରାଜିତ େହାଇଥିଲେ।

ଆଜି ବିଜେପି ପକ୍ଷରୁ ୩ଟି ଲୋକସଭା ଓ ୧୧ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ବିଜେପି ସେମିତି ପୂର୍ବ ପରି ଗୁରୁତ୍ବ ଦେଇଛି। ଦୁଇ ଦିନ ତଳେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ଭଦ୍ରକ ସାଂସଦ ଅର୍ଜୁନ ସେଠୀଙ୍କ ପୁଅ ଅଭିମନ୍ୟୁ ସେଠୀଙ୍କୁ ଭଦ୍ରକରେ ବିଜେପି ଲୋକସଭା ପ୍ରାର୍ଥୀ କରିଛି। ବିଜେଡିରୁ ବିଜେପିକୁ ଆସିଥିବା ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ ନାୟକଙ୍କୁ ମଧ୍ୟ ନିଜ ଆସନ ନୀଳଗିରିରେ ପ୍ରାର୍ଥୀ କରାଯାଇଛି। ରବିବାର ବିଜେପିରେ ମିଶିଥିବା ପୁରୀର ପୂର୍ବତନ ନଗରପାଳ ଜୟନ୍ତ ଷଡ଼ଙ୍ଗୀଙ୍କୁ ପୁରୀ ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଛି।

ମୟୂରଭଞ୍ଜ ଲୋକସଭା ଆସନରେ ଇଂ ବିଶେଶ୍ବର ଟୁଡ଼ୁ ଓ ଯାଜପୁର ଲୋକସଭା ଆସନରେ ଅମୀୟ ମଲ୍ଲିକ ବିଜେପି ପ୍ରାର୍ଥୀ ହୋଇଛନ୍ତି। ଆନନ୍ଦପୁର ବିଧାନସଭା ଆସନରେ ଆଲୋକ ସେଠୀ, ରାଇରଙ୍ଗପୁରରେ ନବ ଚରଣ ମାଝୀ, ମୋରଡ଼ାରେ କୃଷ୍ଣ ଚନ୍ଦ୍ର ମହାପାତ୍ର, ଆଠମଲ୍ଲିକରେ ଭାଗିରଥୀ ପ୍ରଧାନ, ବାଙ୍କୀରେ ଶୁଭ୍ରାଂଶୁ ଶେଖର ପାଢ଼ୀ, ଆଠଗଡ଼ରେ ବ୍ରଜେନ୍ଦ୍ର ରାୟଙ୍କ ନାମ ଦଳର ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇଛି।

ଏ ଯାଏ ୨୦ଟି ଲୋକସଭା ଓ ୧୪୩ଟି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଲାଣି। ଚତୁର୍ଥ ପର୍ଯ୍ୟାୟ ପାଇଁ ଗୋଟିଏ ଲୋକସଭା ଆସନ ଜଗତସିଂହପୁର ଓ ୪ଟି ବିଧାନସଭା ଆସନ କେନ୍ଦ୍ରାପଡ଼ା, ନିଆଳି, ବସ୍ତା ଓ ଭୋଗରାଇରେ ପ୍ରାର୍ଥୀ ଘୋଷଣା ହୋଇ ନାହିଁ।

ସମ୍ବନ୍ଧିତ ଖବର