ବିଜୟ କୁମାର ଶର୍ମାଙ୍କୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଦାୟିତ୍ୱ

0

ଭୁବନେଶ୍ୱର: ଅଗ୍ନିଶମ ଓ ହୋମଗାର୍ଡ ଡିଜି ବିଜୟ କୁମାର ଶର୍ମାଙ୍କୁ ରବିବାର ଅତିରିକ୍ତ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଦାୟିତ୍ୱ ମିଳିଛି। ଡିଜିପି ଡ. ରାଜେନ୍ଦ୍ର ଶର୍ମା ଛୁଟିରେ ଯିବା ପରେ ବିଜୟ କୁମାର ଶର୍ମାଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛି।

ସୂଚନା ଅନୁସାରେ ଡିଜିପି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଛୁଟିରେ ଯିବା ପରେ ଆଗକୁ ଲୋକସଭା ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିସନଙ୍କ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୩ ଜଣ ବରିିଷ୍ଠ ପୁଲିସ ଅଧିକାରୀଙ୍କ ନାମ ପ୍ରସ୍ତାବ ରଖାଯାଇଥିଲା। ନିର୍ବାଚନ କମିସନଙ୍କ ଅନୁମୋଦନ ପରେ ବିଜୟ ଶର୍ମାଙ୍କୁ ଡିଜି ଦାୟିତ୍ୱ ମିଳିଛି।

ସୂଚନାଯୋଗ୍ୟ ବରିଷ୍ଠ ଆଇପିଏସ୍‌ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ପତ୍ନୀ ତୁଷାର ଶର୍ମାଙ୍କ ଆଜି ଦିଲ୍ଲୀର ଏକ ଘରୋଇ ହସ୍‌ପିଟାଲରେ ପରଲୋକ ହୋଇଯାଇଥିଲା। ତୁଷାର ଶର୍ମା ନିମୋନିଆରେ ଆକ୍ରାନ୍ତ ଥିଲେ। ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ନିଆଯାଇଥିଲା କିନ୍ତୁ ଡାକ୍ତରଙ୍କ ବହୁ ଉଦ୍ୟମ ପରେ ମଧ୍ୟ ତୁଷାରଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.