ବିଜୟ ସାହୁଙ୍କୁ ବିଧାନସଭା ଓଏସ୍‌ଡି ପଦ!

ଭୁବନେଶ୍ବର : ଓଡ଼ିଶା ବିଧାନସଭାରେ ନୂଆ କରି ଓଏସ୍‌ଡି ପଦରେ ଜଣେ ଅଧିକାରୀ ନିଯୁକ୍ତ ହେବେ । ଏହି ପଦ ପାଇଁ ବିଧାନସଭା ସଚିବାଳୟରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଯୁଗ୍ମ ସଚିବ ପଦରୁ ଅବସର ନେଇଥିବା ବିଜୟ କୁମାର ସାହୁଙ୍କୁ ସରକାର ନିଯୁକ୍ତ କରିବା ନେଇ ଚର୍ଚ୍ଚା ହେଉଛି। ଶ୍ରୀ ସାହୁଙ୍କର ଦୀର୍ଘ ବର୍ଷ ଧରି ବିଧାନସଭା ବିଧିବିଧାନ ଉପରେ ଅଭିଜ୍ଞତା ଥିବାରୁ ସରକାର ତାଙ୍କୁ ଗୃହ ପରିଚାଳନା କରିବାରେ ବିଧାନସଭା ସଚିବାଳୟର ଅଫିସରମାନଙ୍କୁ ସହଯୋଗ କରିବା ନେଇ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର