ବିଧାନସଭାର ଓଏସଡି ହେଲେ ବିଜୟ ସାହୁ

ଭୁବନେଶ୍ବର : ଓଡ଼ିଶା ବିଧାନସଭାର ଓଏସଡି ଓ ଯୁଗ୍ମ ସଚିବ ଭାବେ ବିଜୟ କୁମାର ସାହୁଙ୍କୁ ନିଯୁକ୍ତି ମିଳିଛି। ଏ ନେଇ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀ ସାହୁ ବିଧାନସଭାରେ ୧୯୮୧ ମସିହା ସେପ୍ଟେମ୍ବରରୁ ଚାକିରି ଆରମ୍ଭ କରି ଯୁଗ୍ମ ସଚିବ ଭାବେ କାର୍ଯ୍ୟକରି ଗତବର୍ଷ ଡିସେମ୍ବର ୩୧ ତାରିଖରେ ଅବସର ନେଇଥିଲେ। ଦୀର୍ଘ ୩୭ ବର୍ଷରୁ ଅଧିକ କାଳ କାମ କରି ଶ୍ରୀ ସାହୁଙ୍କର ବିଧାନସଭା କାର୍ଯ୍ୟବିଦ୍ଧି ଓ କାର୍ଯ୍ୟ ପରିଚାଳନା ଉପରେ ଯଥେଷ୍ଟ ଅନୁଭୁତି ରହିଛି। ଏଣକି ଶ୍ରୀ ସାହୁ ବିଧାନସଭା ଗୃହ ପରିଚାଳନା ନେଇ ଥିବା ବିଧିବିଧାନ ନେଇ ବାଚସ୍ପତି, ବିଧାନସଭା ସଚିବ ଶିଶିରକାନ୍ତ ସ୍ବାଇଁ ଓ ଅନ୍ୟ ଅଧିକାରୀଙ୍କୁ ସହଯୋଗ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର