ଦାୟିତ୍ବ ନେଲେ ବିଜୟ ଶର୍ମା

କଟକ : ପୁଲିସ ଡିଜି ଭାବେ ଆଜି ଅତିିରିକ୍ତ ଦାୟିତ୍ବ ଗ୍ରହଣ କରିଛନ୍ତି ବିଜୟ ଶର୍ମା ଗ୍ରହଣ କରିଛନ୍ତି। ବିଜୟ ଶର୍ମା ‌ଏବେ ଅଗ୍ନିଶମ, ହୋମଗାର୍ଡ ଡିଜି ତଥା ସିଭିଲ ଡିଫେନ୍ସ ଡାଇରେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି। ପୁଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଛୁଟିରେ ଥିବାରୁ ସେ କାର୍ଯ୍ୟରେ ଯୋଗ ଦେବା ପର୍ଯ୍ୟନ୍ତ ବିଜୟ ଶର୍ମା ଏହି ଦାୟିତ୍ବରେ ରହିବେ। ଅସ୍ଥାୟୀ ଭାବେ ଦାୟିତ୍ବ ନେବା ପରେ ବିଜୟ ଶର୍ମା କହିଛନ୍ତି ଯେ ସାଧାରଣ ନିର୍ବାଚନ ପ୍ରକ୍ରିୟା ଚାଲି ଥିବାରୁ, ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ତଥା ନିରପେକ୍ଷ ଭାବେ ପରିଚାଳନା ଉପରେ ଗୁରୁତ୍ବ ଦିଆଯିବ। ନିର୍ବାଚନ କମିସନଙ୍କ ଗାଇଡଲାଇନ୍‌ ଅନୁଯାୟୀ ଅବାଧ ଏବ˚ ନିରପେକ୍ଷ ଢ˚ଗରେ ନିର୍ବାଚନ ପରିଚାଳନା କରିବା ପୁଲିସର ପ୍ରାଥମିକତା ରହିବ। ଆସନ୍ତା ୧୧ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ନିରାପଦ ଭାବେ ନିର୍ବାଚନ ପରିଚାଳନା କରିବା ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ରହିବ। ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯିବ। ଗୁଇନ୍ଦା ତଥ୍ୟ ଆଧାରରେ ଗାଡ଼ି ଚେକି˚ କରାଯାଇ ନିର୍ବାଚନ ପାଇଁ ବେଆଇନ ଢଙ୍ଗରେ ଟଙ୍କା ଚାଲାଣ ଉପରେ କଡ଼ା ନଜର ରଖାଯିବ। ଗ୍ରାମାଞ୍ଚଳ ଉପରେ ଅଧିକ ନଜର ରଖାଯିବା ସମ୍ପର୍କରେ ଶ୍ରୀ ଶର୍ମା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ପୁଲିସ ଡିଜି ଡାକ୍ତର ଆର‌୍‌.ପି. ଶର୍ମାଙ୍କ ସ୍ତ୍ରୀ ତୁଷାର ଶର୍ମାଙ୍କ ଗତକାଲି ଦେହାନ୍ତ ହୋଇଯାଇଥିଲା। ଏଥିପାଇଁ ଶ୍ରୀ ଶର୍ମା ପ୍ରାୟ ଏକ ମାସ କାଳ ଛୁଟିରେ ଯାଇ ପାରନ୍ତି। କିନ୍ତୁ ସାଧାରଣ ନିର୍ବାଚନ ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଡିଜି ଦାୟିତ୍ବରେ କିଏ ରହିବେ, ସେ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଭାରତର ନିର୍ବାଚନ କମିସନଙ୍କ ମତ ଲୋଡ଼ାଯାଇଥିଲା। ପରେ ରାଜ୍ୟର ତିନି ଜଣ ବରିଷ୍ଠ ଅଫିସର ବିଜୟ କୁମାର ଶର୍ମା, ସୁନୀଲ ରାୟ ଏବ˚ କେବି ସି˚ହଙ୍କ ନାମ ନିର୍ବାଚନ କମିସନଙ୍କ ନିକଟକୁ ପଠାଯାଇଥିଲା।

ଅଗ୍ନିଶମ ବିଭାଗ ଡିଜି ଥିବା ବିଜୟ ଶର୍ମାଙ୍କ ନାମ ଚୂଡ଼ାନ୍ତ ହେବା ପରେ ସେ ଆଜି ରାତିରେ ବକ୍ସିବଜାର ପୁଲିସ ମୁଖ୍ୟାଳୟରେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ଅବସରରେ ସମସ୍ତ ଆଇପିଏସ୍‌ ଅଫିସରମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର