ବିଜେପୁରରେ ଘମାଘୋଟ ପ୍ରଚାର : ପୁରୁଣା ସ୍ଲୋଗାନ ଦେଇ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ

ବିଜେପୁରବାସୀ ଏଥର ଉଚିତ ଜବାବ ଦେବେ: ଧର୍ମେନ୍ଦ୍ର, ଭାଗ ଭାଗ ହୋଇ ଘେରିଲେ ଛାମୁଆ କଂଗ୍ରେସ ନେତା

ବିଜେପୁର/ ଗାଇସିଲାଟ୍‌ : ନିଜ ପାଇଁ ଆଶୀର୍ବାଦ ଓ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟ୍‌ ମାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦୁଇଦିନିଆ ମାରାଥନ୍‌ ପ୍ରଚାର ଶେଷ କରିଛନ୍ତି। ଗତକାଲି ବରଗଡ ଜିଲ୍ଲାରେ ରାତ୍ରିଯାପନ କରିଥିବା ନବୀନଙ୍କ େରାଡ୍ ସୋରେ ଆଜି ପ୍ରବଳ ଜନଗହଳି େଦଖାଯାଇଥିଲା। ମାଳମାଳ ନେତା ଓ ମନ୍ତ୍ରୀଙ୍କ ସମେତ ସ୍ଥାନୀୟ କର୍ମୀମାନେ ବି ବହୁସଂଖ୍ୟାରେ ଏଥିରେ ସାମିଲ ହୋଇଥିଲେ। ସବୁଆଡେ ବିଜେଡିର ସବୁଜ ପତାକା ଛାଇ ହୋଇଯାଇଥିଲା। ଆପଣମାନେ ଖୁସି ତ? ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ ଓ ‘ମୁଁ ବି ଖୁସି’ ଲୋକଙ୍କୁ ବେଶ୍‌ ଆକର୍ଷିତ କରିଥିଲା। ଶୁକ୍ରବାର ସକାଳୁ ମୁଖ୍ୟମନ୍ତ୍ରୀ ବରଗଡ଼ ଲେଂଗୁ ମିଶ୍ର ମିନି ଷ୍ଟାଡିୟମରୁ ହେଲିକପ୍ଟରରେ ବାହାରି ଗାଇସିଲାଟ୍‌ ବ୍ଲକ ତାଲପାଲି ପଡ଼ିଆରେ ଓହ୍ଲାଇଥିଲେ। ସେଠାରୁ କେନ୍ଦୁଭଟା ଛକ, ଗୌରମୁଣ୍ଡା ଛକ, ଗାଇସିଲାଟ୍‌, କେନ୍ଦୁମୁଣ୍ଡା, କଠଉମାଲ, ବଡ଼ ସାହାଜବାହାଲ, ଜଗଲପାଟ, ଭଂଗାମୁଣ୍ଡା, ଡାଂଗବାହାଲ, ସରଧାପାଲି, କରଂଜାପାଲି, କିର୍ମେଲି ଛକ, କୁଣ୍ଡାଖାଇ, ଗୁଦେରପାଲି ପର୍ଯ୍ୟନ୍ତ ରୋଡ୍‌-ସୋ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ମାରାଥନ୍‌ ରୋଡ୍‌ ସୋ’ କୁ ଟକ୍କର ଦେବାକୁ ଯାଇ େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୀର୍ଘ ୨୦ ବର୍ଷ ଛାଡ଼ି ଗତ ଦୁଇ ବର୍ଷରେ ବିଜେପୁରର ବିକାଶ ପାଇଁ ସରକାର କ’ଣ କରିଛନ୍ତି ବୋଲି ପଚାରିଥିଲେ। ଏଥିସହ ଗାଇସିଲାଟ ବ୍ଲକ ସ୍ବଚ୍ଛଭାରତ ସଂଯୋଜକ ତରଣୀସେନ ମହଲାଙ୍କ ହତ୍ୟାକୁ ନେଇ ମଧ୍ୟ ସରକାରଙ୍କୁ ପ୍ରଶ୍ନ ମାଳରେ ଛନ୍ଦି ଥିଲେ ଧର୍ମେନ୍ଦ୍ର। ହତ୍ୟା ପଛରେ ବିଜୁ ଯୁବ ବାହିନୀ ସଦସ୍ୟଙ୍କ ସଂପୃକ୍ତି ଅଭିଯୋଗ ଆସିଥିବା ସେ ଦର୍ଶାଇଥିଲେ।

ଶୁକ୍ରବାର ଦିନ ସାଢ଼େ ୧୨ଟାରେ େକନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଜେପୁର ଉପରପଡ଼ା ଛକରେ ପହଞ୍ଚିଥିଲେ। ଏହାପରେ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ରୋଡ ସୋ’ରେ ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ସମର୍ଥନ ଲୋଡ଼ିଥିଲେ। ଏଥର ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବି ଛାଡ଼ିନଥିଲେ। କହିଥିଲେ, ପ୍ରସନ୍ନ ବାବୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଡାକି ବିଜେପୁରରେ ନିର୍ବାଚନ ଲଢ଼େଇଲେ। କିନ୍ତୁ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ଆସନ ଛାଡ଼ି ଦେଲେ। ପ୍ରସନ୍ନ ବାବୁ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ବିଜେପୁରରୁ ଲଢ଼ିବା ପାଇଁ ନିମନ୍ତ୍ରଣ କରିଥିଲେ ଏବେ କୁହନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଶ୍ନ କରିଥିଲେ। ଏହାପରେ ବନ୍ଧପାଲି, ଗୋପେଇପାଲି ଓ ବରପାଲି ଏନ୍‌ଏସିରେ ମଧ୍ୟ ବିଜେପି ଶୋଭାଯାତ୍ରା କରିଥିଲା। ପ୍ରତିଶ୍ରୁତିକୁ ସରକାର ପୂରଣ କରିନଥିବାରୁ ଏଥର ଭୋଟରଙ୍କ ଆକ୍ରୋଶର ଶିକାର ହେବେ ଓ ବିଜେପୁରବାସୀ ଏହାର ଉଚିତ ଜବାବ ଦେବେ ବୋଲି ଶ୍ରୀ ପ୍ରଧାନ କହିଥିଲେ। ରାଜ୍ୟ ସଭାପତି ବସନ୍ତ ପଣ୍ତା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ସାଂସଦ ସୁରେଶ ପୂଜାରୀ, ବିଧାୟକ ମୁକେଶ ମହାଲିଙ୍ଗ, ବିଧାୟକ ନାଉରୀ ନାୟକ ପ୍ରମୁଖ ଏହି ପ୍ରଚାରରେ ସାମିଲ ହୋଇଥିଲେ।

େଗାଟିଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘମାଘୋଟ ପ୍ରଚାର କରିଥିବା ବେଳେ ଅନ୍ୟପଟରେ କଂଗ୍ରେସ ବି ପଛରେ ପଡ଼ିନାହିଁ। ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ବରିଷ୍ଠ ନେତାମାନେ ସାଇପାଲି, ଗଣ୍ଠିଆପାଲି, ବଡବ୍ରାହ୍ମଣୀ, ଖରମୁଣ୍ତା, ଆଇମାଲ, ଟି.ଗଣ୍ତପାଲି ଆଦି ଗ୍ରାମରେ ପ୍ରଚାର କରିଛନ୍ତି। ବିଧାୟକ ତାରାପ୍ରସାଦ ବାହିନୀପତି ଏମ ଶ୍ରୀଗିଡା, ବଲଣ୍ତା, ତାଲପଦର, ସାନବଉସେନ, ଲାଉମୁଣ୍ତା ଗାଁରେ ମୋର୍ଚ୍ଚା ସମ୍ଭାଳିଥିଲେ। ସନ୍ତୋଷ ସିଂ ସାଲୁଜା ଏବଂ ଏଆଇସିସି ସଂପାଦକ ମସ୍ତାନ ଅଲ୍ଲୀ ପ୍ରାର୍ଥୀ ଦିଲ୍ଲୀପ ପଣ୍ତାଙ୍କ ସହିତ ଘର ଘର ବୁଲି ପ୍ରଚାର କରିବା ସହିତ ବିଗତ ଦିନରେ କଂଗ୍ରେସ କରିଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ଆଧାର କରି ଭୋଟ ଭିକ୍ଷା କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ମନ୍ତ୍ରୀ ପ୍ରକାଶ ଦେବତା, ପୂର୍ବତନ ବିଧାୟକ ସତ୍ୟ ଭୁଷଣ ସାହୁ ଓ ନିହାର ମହାନନ୍ଦ, ପ୍ରଦୀପ ଦେବତା ମଧ୍ୟ ପ୍ରଚାରରେ ସାମିଲ ହୋଇଥିଲେ। ଏଥିସହ ରାଜ୍ୟ ମହିଳା କଂଗ୍ରେସର କର୍ମକର୍ତ୍ତାମାନେ ମଧ୍ୟ ପ୍ରଚାରରେ ସାମିଲ ହୋଇ ଘରକୁ ଘର ବୁଲି ପ୍ରଚାର କରିଛନ୍ତି।

ସମ୍ବନ୍ଧିତ ଖବର