ଆସନ୍ତା ସପ୍ତାହରେ ବିଜେପୁର ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା!

ଭୁବନେଶ୍ୱର: ବରଗଡ଼ ଜିଲ୍ଲା ବିଜେପୁର ବିଧାୟକ ପଦ ପାଇଁ ଉପ-ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇ ଥିବା ଜଣାପଡ଼ିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ନିର୍ବାଚନ ଆୟୋଗଙ୍କ ପାଖକୁ ପଠାଯାଇଛି। ଆସନ୍ତା ସପ୍ତାହରେ ନିର୍ବାଚନ ପାଇଁ ତାରିଖ ହୋଇ ପାରେ ବୋଲି ଅନୁମାନ କରାଯାଉଛି।

ବିଜେପୁର ଉପ-ନିର୍ବାଚନକୁ ନେଇ ବିଜୁ ଜନତା ଦଳ, କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ପ୍ରବଳ ପ୍ରତିଦ୍ୱନ୍ଦିତା ହେବ ବୋଲି ଅନୁମାନ କରାଯାଉଛି। ୨୦୧୪ ବିଧାନସଭା ନିର୍ବାଚନରେ ବିଜେପୁରରେ କଂଗ୍ରେସ ଆସିଥିଲା। ମାତ୍ର ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ, ତାଙ୍କ ପରିବାର ବିଜେଡ଼ିରେ ଯୋଗ ଦେଇଛନ୍ତି। ସେଥିପାଇଁ ବିଜେପୁର ଉପ-ନିର୍ବାଚନରେ ବିଜେଡ଼ି ବିଜୟୀ ହେବାକୁ ଆଶା ରଖିଛି। ଅନ୍ୟପକ୍ଷରେ ଗତ ଫେବ୍ରୁଆରିରେ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ସଫଳତା ମିଳିଥିବାରୁ ଦଳର ନେତାମାନେ ବିଜେପୁର ନିଜର ହେବ ବୋଲି ଆଶା ରଖିଛନ୍ତି। ସେହିପରି କଂଗ୍ରେସର ଆଶା ଯେ, ଲୋକ କଂଗ୍ରେସରେ ଥିଲେ ଓ ଆଗାମୀ ଦିନରେ ମଧ୍ୟ ରହିବେ।

ସମ୍ବନ୍ଧିତ ଖବର