ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ବିଜେପୁର ପ୍ରାର୍ଥୀ ଚୟନ: କିଶୋର ମହାନ୍ତି

ଭୁବନେଶ୍ବର : ବିଜେପୁର ଉପନିର୍ବାଚନ ନେଇ ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇନି। କିନ୍ତୁ ଏହି ଆସନ ପାଇଁ ରାଜନୈତିକ ଦଳମାନଙ୍କ ଭିତରେ ଅଙ୍କକଷା ଜୋର ଧରିଛି। ଗୁରୁବାର ଏ ନେଇ ବିଜେଡିର ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରର ବିକାଶ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସହିତ ଆଗାମୀ ଦିନରେ ଆହୁରି ବିକାଶମୂଳକ ଯୋଜନାର କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ଘୋଷଣା କରିସାରିଛନ୍ତି। ପୁଣିଥରେ ବିଜେଡି ପ୍ରାର୍ଥୀ ଆସନ୍ତା ଉପନିର୍ବାଚନରେ ବିଜୟୀ ହେବେ। ତେବେ ବିଜେପୁର ପାଇଁ କିଏ ପ୍ରାର୍ଥୀ ହେବ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରୁ ଫେରିବା ପରେ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର