ବିଜେପୁର ଉପ ନିର୍ବାଚନରେ ଭୋଟିଂ ମେସିନ ସହ ଟ୍ରେଲ୍‌ ଛାପାଯନ୍ତ୍ର ବ୍ୟବହାର ହେବ

ଭୁବନେଶ୍ୱର: ବିଜେପୁର ଉପ ନିର୍ବାଚନରେ ଭୋଟଗ୍ରହଣ ନିମନ୍ତେ ପର୍ଯ୍ୟାପ୍ତ ସଂଖ୍ୟକ ଭୋଟିଂ ମେସିନ ସହିତ ପେପର ଟ୍ରେଲ୍‌ ଛାପାଯନ୍ତ୍ର ବ୍ୟବହାର କରାଯିବ। ଏଥିପାଇଁ ସଂପୃକ୍ତ ପୋଲିଂ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ଏହା ଫଳରେ ଭୋଟରଙ୍କୁ ମତଦାନ କରିବା ସହଜ ଏବଂ ସରଳ ହେବ। ଏହା ଭାରତ ନିର୍ବାଚନ କମିସନଙ୍କ ଅନୁମୋଦନ ଲାଭ କରିଛି।
ସୂଚନାଯୋଗ୍ୟ ଯେ, ଜନ ପ୍ରତିନିଧି ଆଇନ, ୧୯୫୧ ଧାରା ୬୧(କ) ଅନୁଯାୟୀ ଭୋଟିଂ ମେସିନ ଦ୍ୱାରା ଭୋଟଗ୍ରହଣ ଏବଂ ରେକର୍ଡିଂ ବ୍ୟବସ୍ଥା ପାଇଁ ଉଦ୍ଦିଷ୍ଟ ଯନ୍ତ୍ର ଯେ କୌଣସି ନିର୍ବାଚନ ମଣ୍ଡଳୀରେ ବ୍ୟବହାର କରିହେବ। ନିର୍ବାଚନ ଅଧିନିୟମ ୧୯୬୧ର ଧାରା ୪୯(କ) ଅନୁସାରେ ନିର୍ବାଚନ ପରିଚାଳନା ପାଇଁ ଭୋଟିଂ ମେସିନ ସହିତ ଛାପା ଯନ୍ତ୍ର ଏବଂ ଗୋଟିଏ ଡ୍ରପ୍‌ବକ୍ସ ଏପରି ଖଞ୍ଜାଯିବ, ଯାହାଫଳରେ ମତଦାନ ବେଳେ ସଂପୃକ୍ତ ପ୍ରାର୍ଥୀଙ୍କ ଭୋଟ ପେପର ଟ୍ରେଲ୍‌ ଦ୍ୱାରା ଛାପି ହୋଇଯିବ। ଏଥିରୁ ମତଦାତା ସଠିକ୍‌ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେଲେ ବୋଲି ଜଣାପଡ଼ିଯିବ।

ସମ୍ବନ୍ଧିତ ଖବର