ତଦନ୍ତ ନିରପେକ୍ଷ ନୁହେଁ: ବିଜୟ ମହାପାତ୍ର

ଭୁବନେଶ୍ବ : ବ୍ରହ୍ମବିଭ୍ରାଟ ତଦନ୍ତ ଘଟଣାରେ ତତ୍‌କାଳୀନ ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ରଙ୍କୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦାରୁ ଚୟନ ଠାରୁ ଆରମ୍ଭ କରି ବ୍ରହ୍ମ ବିଭ୍ରାଟ ପର୍ଯ୍ୟନ୍ତ ମୁଖ୍ୟ ଆସାମୀ ହେଲେ ତତ୍‌କାଳୀନ ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର। ତେଣୁ ସେ କିପରି ତଦନ୍ତ କରିବେ। ତାଙ୍କର ସାକ୍ଷ୍ୟ ପ୍ରମାଣ ଓ ରିପୋର୍ଟ ଲେଖା ମଧ୍ୟରେ ତାଳମେଳ ନାହିଁ। ସୁରେଶ ମହାପାତ୍ରଙ୍କ ତଦନ୍ତ କେବେ ନିରପେକ୍ଷ ହେବ ନାହିଁ। କାରଣ ସେ ନିଜେ ଏଥିରେ ସଂପୃକ୍ତ। ସେ କିପରି ତଦନ୍ତ କରିବେ। ଏହା ହାସ୍ୟାସ୍ପଦ ଘଟଣା। ସୁରେଶ ମହାପାତ୍ର ଯେଉଁ ବିଭାଗକୁ ଯାଆନ୍ତି, ‌ଏମିତି ବିଭ୍ରାଟ କରନ୍ତି। ତାଙ୍କୁ ତୁରନ୍ତ ଅପସାରଣ କରିବା ଆବଶ୍ୟକ। ରତ୍ନଭଣ୍ଡାର ଚା‌ବି ଘଟଣାର ଯେଉଁ ବିଚାରପତି ତଦନ୍ତ କରୁଛନ୍ତି, ତାଙ୍କୁ ବ୍ରହ୍ମବିଭ୍ରାଟର ଦାୟିତ୍ବ ଦେବାକୁ ଶ୍ରୀ ମହାପାତ୍ର ଦାବି କରିଛନ୍ତି।

ସମ୍ବନ୍ଧିତ ଖବର