ନିୟମଗିରିରେ ଅପହଞ୍ଚ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନା

କଲ୍ୟାଣସି˚ହପୁର : ରାଜ୍ୟ ଓ କେନ୍ଦ୍ର ମଧୢରେ ଲାଗିରହିଥିବା ସ୍ବାସ୍ଥ୍ୟ ବୀମା ଯୋଜନାର ଟଣା ଅଟରାରେ ଛନ୍ଦି ହୋଇ ପଡିଛନ୍ତି ନିୟମଗିରି ଡଙ୍ଗରିଆ। ଏମିତି ଘଟଣା ପୁଣି ନଜରକୁ ଆସିଛି ରାୟଗଡା ଜିଲ୍ଲା କଲ୍ୟାଣସି˚ହପୁର ବ୍ଲକର ନିୟମଗିରି ପାହାଡର ସୁନାଖଣ୍ତି ପଞ୍ଚାୟତ ଅନ୍ତର୍ଗତ କାଡ୍ରାକାବଣ୍ତେଲି ଗ୍ରାମରେ। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ନା କରିଥିବା ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ଶହଶହ ଗରିବ ଲୋକ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାରିନଥିବା ଅଭିଯୋଗ ହୋଇଛି। ଏହି ପଞ୍ଚାୟତ ଅନ୍ତର୍ଗତ ସାନଘୁଡାଘାଟି ଗାଁର ସମସ୍ତ ପରିବାର ଏହି ବୀମା କାର୍ଡ ପାଇବାରୁ ବଞ୍ଚିତ ହୋଇଥିବା ଖବର ସମ୍ବାଦରେ ପ୍ରକାଶ ପାଇଥିଲା। ଏବେ କାଡ୍ରାକାବଣ୍ତେଲି ଗ୍ରାମବାସୀ ମଧୢ ଏହି କାର୍ଡରୁ ବାଦ ପଡିଥିବା ପ୍ରକାଶ କରିଛନ୍ତି।

ଏହି ଗ୍ରାମରେ ହାତ ଗଣତି ଚାରିରୁ ପାଞ୍ଚ ଜଣଙ୍କ କାର୍ଡ ମିଳିଥିବା ବେଳେ ଅନ୍ୟମାନଙ୍କୁ ମିଳିନଥିବା ଅଭିଯୋଗ କରିଛନ୍ତି। ତେବେ ବିଭିନ୍ନ ରୋଗରେ ଆକ୍ରାନ୍ତ ରୋଗୀ ଉଚ୍ଚ ଚିକିତ୍ସା ପାଇଁ ଅର୍ଥ ଅଭାବରୁ ବ୍ରହ୍ମପୁର କିମ୍ବା କଟକ ନଯାଇ ଘରକୁ ଫେରି ଆସି ମୃତ୍ୟୁ ମୁଖରେ ପଡୁଥିବାରୁ ଏହି ବୀମା ଯୋଜନା କେତେ ଫଳପ୍ରଦ ହୋଇପାରିଛି ତାହା ସହଜରେ ଅନୁମେୟ। ଏମିତି ଅନେକ ଗ୍ରାମରେ ଏହି ଯୋଜନା ଅପହଁଚ ହୋଇଥିବାରୁ ଲୋକେ ସୁବିଧା  ପାଇବାରୁ ବଞ୍ଚିିତ ହେଉଥିବା ଅଭିଯୋଗ ହୋଇଛି। ଦିନକୁ ଦିନ ଲୋକ ସ˚ଖ୍ୟା ବଢୁଥିବା ବେଳେ ରୋଗୀ ସ˚ଖ୍ୟାବି କମୁନାହିଁ। ଯାହା ଦ୍ବାରା ଗରିବ ଠାରୁ ଧନୀ ପର୍ଯ୍ୟନ୍ତ ସରକାରଙ୍କ ସୁବିଧା ପାଇବା ଜରୁରି ହୋଇ ପଡୁଥିବା ବେଳେ ସରକାରୀ ବାବୁମାନେ ଏହି କାର୍ଯ୍ୟରେ ମନ୍ଥରତା କରୁଥିବାରୁ ଅନେକ ବୀମା କାର୍ଡ ପାଇବାରୁ ବଞ୍ଚିତ ହେଉଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଠି ଦେଇ ଲୋକଙ୍କୁ ଏହି କାର୍ଡ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର