ବାଇକ ଧକ୍କାରେ ଜଣେ ମୃତ ଜଣେ ଗୁରୁତର

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମୌଲାଭଣଜା ପୋଲ ନିକଟରେ ବାଇକ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି । ସୂଚନା ମୁତାବକ ମୌଲାଭଣଜା ଗ୍ରାମର ଅଭିମନ୍ୟୁ ନାୟକ (୪୦) ସଂଧ୍ୟାରେ ଚାଳି ଚାଳି ନିଜ ଘରକୁ ଫେରୁଥିଲେ । ବିପରିତ ଦିଗରୁ ଅଜିତ ପାତ୍ର ନିଜ ବାଇକ (ଓଡି ୦୭ ଏନ ୫୭୮୧) ନେଇ ଆସୁଥିଲେ । ଅଜିତ ବାଇକରେ ଦୃତ ଗତିରେ ଆସି ଭାରଶମ୍ୟ ହରାଇ ଅଭିମନ୍ୟୁଙ୍କୁ ପଛ ପଟୁ ଧକ୍କା ଦେଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାସ୍ତରେ ପଡିଥିବାର ଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଅଭିମନ୍ୟୁ ମେଡିକାଲରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଅଜିତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି । ପୁଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର