ପୋଲକୁ ପିଟିଲା ବାଇକ୍: ୨ ମୃତ, ଜଣେ ଗୁରୁତର

ଟିକାବାଲି : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା ଜବେଡ଼ି ଠାରେ ଆଜି ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫୁଲବାଣୀରୁ ଘୁ.ଉଦୟଗିରି ଆଡ଼କୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ଭାରସାମ୍ୟ ହରାଇ ପୋଲକୁ ପିଟି ହୋଇଯିବାରୁ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ ଘୁ.ଉଦୟଗିରି ଅଞ୍ଚଳର ସୁସ୍ମିତା ପ୍ରଧାନ ଓ ଦୀପ୍ତିରଂଜନ ପ୍ରଧାନ। ଦୁର୍ଘଟଣାରେ ଗୁରୁତର ସ୍ମରଣୀ ଦେବୀ ପ୍ରଧାନଙ୍କୁ ଟିକାବାଲି ଡାକ୍ତରଖାନା‌େର ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତିନିଜଣ ଗୋଟିଏ ବାଇକରେ ଘୁ.ଉଦୟଗିରି ଆସୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

ସମ୍ବନ୍ଧିତ ଖବର