ବାଇକ୍‌କୁ ପିଟିଲା କାର, ଜଣେ ଆହତ

ସାହାଜପାଲ: ବୌଦ୍ଧ ବ୍ଲକ୍‌ ତାଳସରଡ଼ା ପଞ୍ଚାୟତର ଏନ୍‌ଏଚ୍‌ ୫୭ ସାହାଜପାଲ ଠାରେ ଏକ ବାଇକ୍‌ ଇଣ୍ଡିକା କାର ଧକ୍କା ଦେବାରୁ ବାଇକ୍‌ ଆରୋହୀ ଆହତ ହୋଇଛନ୍ତି। ବୁଧବାର ଅପରାହ୍ନ ୧ଟା ସମୟରେ ବୌଦ୍ଧ ଆଡୁ ସୋନପୁର ଅଭିମୁଖେ ଆସୁଥିବା ଏକ ନମ୍ବର ବିହୀନ ବାଇକ୍‌କୁ ସାହାଜପାଲ ପୃଷ୍ଟି ଗ୍ୟାରେଜ ପାଖରେ ଏକ କାର (ଓଡି୧୫-୧୫୨୮) ଧକ୍କା ଦେଇଥିଲା। ଫଳରେ ବାଇକ ଆରୋହୀ ସୁଦର୍ଶନ ବାରିକ(୩୦) ଆହତ ହୋଇଥିଲେ। ଘଟଣା ସ୍ଥଳରେ ବାଉଁଶୁଣି ଦମକଳ ବାହିନୀ ଓ ପୁଲିସ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଇଣ୍ଡିକାକୁ ଜଣେ ନାବାଳକ ଚଳାଉ ଥିବା ଜଣାଯାଇଛି। ଦୁର୍ଘଟଣା ବିଷୟରେ ପୁଲିସ କିଛି ତଥ୍ୟ ଦେଇନାହିଁ।

ସମ୍ବନ୍ଧିତ ଖବର